ଭାରତୀୟଙ୍କ ଉଦ୍ଧାର କାର୍ଯ୍ୟ ତଦାରଖ ପାଇଁ ୟୁକ୍ରେନର ପଡ଼ୋଶୀ ଦେଶକୁ ଯିବେ ଚାରି କେନ୍ଦ୍ର ମନ୍ତ୍ରୀ | News Room Odisha

ଭାରତୀୟଙ୍କ ଉଦ୍ଧାର କାର୍ଯ୍ୟ ତଦାରଖ ପାଇଁ ୟୁକ୍ରେନର ପଡ଼ୋଶୀ ଦେଶକୁ ଯିବେ ଚାରି କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ: ରୁଷର ଆକ୍ରମଣ ପରେ ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ଅଭିଯାନକୁ ଭାରତ ସରକାର ଜୋରଦାର କରିଛନ୍ତି। ଭାରତୀୟମାନଙ୍କୁ ନିରାପଦରେ ଘରକୁ ଫେରାଇ ଆଣିବା ପାଇଁ ଏବେ ଚାରିଜଣ କେନ୍ଦ୍ର ମନ୍ତ୍ରୀ ୟୁକ୍ରେନ ଯିବେ।

ଭାରତୀୟ ନାଗରିକ ଏବଂ ଛାତ୍ରମାନଙ୍କୁ ସ୍ଥାନାନ୍ତର କାର୍ଯ୍ୟ ପରିଚାଳନା ପାଇଁ ୟୁକ୍ରେନର ପଡ଼ୋଶୀ ଦେଶ ଗୁଡ଼ିକୁ ଚାରିଜଣ ମନ୍ତ୍ରୀଙ୍କୁ ପଠାଇବାକୁ ପ୍ରଧାନମନ୍ତ୍ରୀ ମୋଦି ନିଷ୍ପତ୍ତି ନେଇଛନ୍ତି । ଏହି ଚାରି ମନ୍ତ୍ରୀ ହେଲେ ହାରଦୀପ ସିଂ ପୁରୀ, ଜ୍ୟୋତିରାଦିତ୍ୟ ସିନ୍ଧିଆ, କିରେନ ରିଜିଜୁ ଏବଂ ଜେନେରାଲ ଭି.କେ ସିଂହ।

ୟୁକ୍ରେନ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦି ଏକ ଉଚ୍ଚ ସ୍ତରୀୟ ବୈଠକ ଡାକିଛନ୍ତି। ଏହି ବୈଠକରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର, ବୈଦେଶିକ ସଚିବ ହର୍ଷ ବର୍ଦ୍ଧନ ଶ୍ରୀଙ୍ଗଲା, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏବଂ କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ବୈଠକରେ ୟୁକ୍ରେନର ପଡ଼ୋଶୀ ରାଷ୍ଟ୍ରକୁ ୪ ଜଣ ବଡ ମନ୍ତ୍ରୀଙ୍କୁ ପଠାଇବାକୁ ନିଷ୍ପତ୍ତି ନିଆଯାଇଛି।