ବଢ଼ିଲା ଓମିକ୍ରନ୍ ଚିନ୍ତା: ୧୦ଟି ରାଜ୍ୟକୁ କେନ୍ଦ୍ରୀୟ ଦଳ ପଠାଇବେ ସରକାର | News Room Odisha

ବଢ଼ିଲା ଓମିକ୍ରନ୍ ଚିନ୍ତା: ୧୦ଟି ରାଜ୍ୟକୁ କେନ୍ଦ୍ରୀୟ ଦଳ ପଠାଇବେ ସରକାର

ନୂଆଦିଲ୍ଲୀ: ଦେଶର ବିଭିନ୍ନ ସ୍ଥାନରେ ଓମିକ୍ରନ୍ ମାମଲା ବୃଦ୍ଧି ପାଉଛି। କରୋନାର ଏହି ନୂଆ ଭାରିଆଣ୍ଟ ବିପଦ ମଧ୍ୟରେ କେନ୍ଦ୍ର ସରକାର ୧୦ଟି ରାଜ୍ୟକୁ ମଲ୍ଟି ଡିସିପ୍ଲିନାରି ଦଳ ପଠାଇଛି ‌। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଏହି ୧୦ ରାଜ୍ୟରେ ଓମିକ୍ରନ୍ ସହ କରୋନା ମାମଲା ବୃଦ୍ଧି ପାଉଛି |

କେନ୍ଦ୍ରୀୟ ଦଳ କେରଳ, ମହାରାଷ୍ଟ୍ର, ତାମିଲନାଡୁ, ପଶ୍ଚିମବଙ୍ଗ, ମିଜୋରାମ, କର୍ଣ୍ଣାଟକ, ବିହାର, ଉତ୍ତରପ୍ରଦେଶ, ଝାଡଖଣ୍ଡ ଏବଂ ପଞ୍ଜାବରେ ନିୟୋଜିତ ହେବେ। ଏହି ଦଳଗୁଡିକ ତିନି ରୁ ପାଞ୍ଚ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଅବସ୍ଥାପିତ ହେବେ ଏବଂ ସଂକ୍ରମଣ ରୋକିବା ଦିଗରେ ରାଜ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ଘନିଷ୍ଠ ଭାବରେ କାର୍ଯ୍ୟ କରିବେ।

ମନ୍ତ୍ରଣାଳୟର କହିବାନୁସାରେ, କେନ୍ଦ୍ରୀୟ ଦଳଗୁଡ଼ିକ କଣ୍ଟାକ୍ଟ ଟ୍ରେସି, ଟ୍ରାକିଂ, ସର୍ଭିଲାନ୍ସ, କଣ୍ଟେଣ୍ଟମେଣ୍ଟ ଅପରେସନ୍ ଏବଂ କରୋନା ଟେଷ୍ଟିଂ ଉପରେ ବିଶେଷ ନଜର ରଖିବେ | ଏହାଛଡ଼ା କେନ୍ଦ୍ରୀୟ ଦଳ ଜେନୋମ ସିକ୍ୱେନ୍ସିଂ ପାଇଁ ନମୁନା ପଠାଇବାରେ ମଧ୍ୟ ସାମିଲ ହେବେ | ଏହି ଦଳଗୁଡିକ ଡାକ୍ତରଖାନାରେ ଶଯ୍ୟା ଉପଲବ୍ଧତା, ଆମ୍ବୁଲାନ୍ସ ଯୋଗାଣ, ଭେଣ୍ଟିଲେଟର ଏବଂ ମେଡିକାଲ ଅମ୍ଳଜାନ ଯୋଗାଣ ନିଶ୍ଚିତ କରିବେ | ଏହାଛଡ଼ା କୋଭିଡ -୧୯ ଟିକାକରଣର ଗତି ବଢିଇବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ |

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ବିବୃତ୍ତିରେ କୁହାଯାଇଛି ଯେ ରାଜ୍ୟ ସ୍ତରୀୟ କେନ୍ଦ୍ରୀୟ ଦଳ ପରିସ୍ଥିତିର ଆକଳନ କରିବେ। ଉନ୍ନତ ଚିକିତ୍ସା ପାଇଁ ପରାମର୍ଶ ଦେବେ ଏବଂ ଜନସ୍ୱାସ୍ଥ୍ୟ କାର୍ଯ୍ୟକଳାପ ପାଇଁ ନିଆଯାଇଥିବା ପଦକ୍ଷେପଗୁଡ଼ିକ ଉପରେ ଏକ ରିପୋର୍ଟ ପ୍ରତ୍ୟେକ ସନ୍ଧ୍ୟା ୭ଟା ସୁଦ୍ଧା କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ପ୍ରଦାନ କରିବେ।

Central GovernmentCOVID-19Omicron Variant