ଦିଲ୍ଲୀ ଜାମା ମସଜିଦ ସହ ୱାକଫ ବୋର୍ଡର ୧୨୩ ସମ୍ପତ୍ତି ଫେରାଇ ନେବେ କେନ୍ଦ୍ର ସରକାର | News Room Odisha

ଦିଲ୍ଲୀ ଜାମା ମସଜିଦ ସହ ୱାକଫ ବୋର୍ଡର ୧୨୩ ସମ୍ପତ୍ତି ଫେରାଇ ନେବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ୟୁପିଏ ସରକାର ସମୟରେ ଦିଲ୍ଲୀର ୱାକଫ ବୋର୍ଡକୁ ଦିଆଯାଇଥିବା ଜାମା ମସଜିଦ ସହ ୧୨୩ ସମ୍ପତ୍ତି ଫେରାଇ ଆଣିବାକୁ କେନ୍ଦ୍ର ନଗର ଉନ୍ନୟନ ମନ୍ତ୍ରଣାଳୟ ନୋଟିସ୍ ଜାରି କରିଛି।

ଲାଲ୍ କିଲ୍ଲା ନିକଟ ଜାମା ମସଜିଦ ନୁହେଁ, ବରଂ କେନ୍ଦ୍ରୀୟ ଦିଲ୍ଲୀରେ ଅବସ୍ଥିତ ମସଜିଦକୁ ସରକାର ନିଜ କବଜାକୁ ନେବେ ।

ଅଣ ଅଧିସୂଚିତ ୱାକଫ୍ ସମ୍ପତ୍ତି ଉପରେ ଦୁଇ ଜଣିଆ କମିଟିର ରିପୋର୍ଟ ଆଧାରରେ ମସଜିଦ, ଦରଗା ଏବଂ କବରସ୍ଥାନ ସହ ଦିଲ୍ଲୀ ୱାକଫ୍ ବୋର୍ଡର ୧୨୩ ସମ୍ପତ୍ତିକୁ ନିଜ କବଜାକୁ ନେବାକୁ କେନ୍ଦ୍ର ନଗର ଉନ୍ନୟନ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। ଦିଲ୍ଲୀ ୱାକଫ ବୋର୍ଡର ଅଧ୍ୟକ୍ଷ ତଥା ଆପ୍ ବିଧାୟକ ଅମାନୁତୁଲ୍ଲା ଖାନଙ୍କୁ ଚିଠି ଲେଖି ମନ୍ତ୍ରଣାଳୟ ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛି।