ପୁଣି ବିବାଦରେ ଚନ୍ଦା କୋଚର, ଟମାଟୋ ପେଷ୍ଟ କମ୍ପାନୀକୁ ଠକେଇ ଅଭିଯୋଗରେ ମାମଲା ରୁଜୁ | News Room Odisha

ପୁଣି ବିବାଦରେ ଚନ୍ଦା କୋଚର, ଟମାଟୋ ପେଷ୍ଟ କମ୍ପାନୀକୁ ଠକେଇ ଅଭିଯୋଗରେ ମାମଲା ରୁଜୁ

ନୂଆଦିଲ୍ଲୀ: ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ଏମଡି ତଥା ସିଇଓ ଚନ୍ଦା କୋଚର ପୁଣି ଥରେ ଆଇନଗତ ବିବାଦରେ ଛନ୍ଦି ହୋଇଛନ୍ତି। ଦିଲ୍ଲୀରେ ତାଙ୍କ ବିରୋଧରେ ଏକ ନୂଆ ମାମଲା ରୁଜୁ ହୋଇଛି । ଏକ ଟମାଟୋ ପେଷ୍ଟ କମ୍ପାନୀକୁ ୨୭ କୋଟି ଠକେଇ ଅଭିଯୋଗରେ କୋଚର ଏବଂ ଅନ୍ୟ ୯ ଜଣଙ୍କ ବିରୋଧରେ ରୁଜୁ ହୋଇଛି ମାମଲା ।

ଏହି ମାମଲା ୨୦୦୯ ମସିହାର । ହେଲେ ନିକଟରେ ପଟିଆଲା ହାଉସ୍ କୋର୍ଟ ଦିଲ୍ଲୀ ପୋଲିସକୁ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଠକେଇ ଏବଂ ଅପରାଧିକ ଷଡଯନ୍ତ୍ରର ଅଭିଯୋଗ ଦର୍ଶାଇ ଦିଲ୍ଲୀ ପୋଲିସର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଡିସେମ୍ବର ୨୦ରେ କୋଚରଙ୍କ ସହ ୯ ଜଣଙ୍କ ବିରୋଧରେ ଏଫଆଇଆର ରୁଜୁ କରିଥିଲା । ଦିଲ୍ଲୀ ପୋଲିସ ସମ୍ପ୍ରତି ଏହି ମାମଲାର ତଦନ୍ତ କରୁଛି ।