ଚନ୍ଦ୍ରର ନିକଟତର ହେଲା ଚନ୍ଦ୍ରଯାନ-୩ , ପ୍ରପଲସନ୍ ମଡ୍ୟୁଲରୁ ଲ୍ୟାଣ୍ଡରକୁ ଅଲଗା କରିବା ପ୍ରସ୍ତୁତି ଆରମ୍ଭ | News Room Odisha

ଚନ୍ଦ୍ରର ନିକଟତର ହେଲା ଚନ୍ଦ୍ରଯାନ-୩ , ପ୍ରପଲସନ୍ ମଡ୍ୟୁଲରୁ ଲ୍ୟାଣ୍ଡରକୁ ଅଲଗା କରିବା ପ୍ରସ୍ତୁତି ଆରମ୍ଭ

ବେଙ୍ଗାଲୁରୁ: ଭାରତର ତୃତୀୟ ଚନ୍ଦ୍ର ମିଶନ ଚନ୍ଦ୍ରଯାନ-୩ ବୁଧବାର ପୃଥିବୀର ଏକମାତ୍ର ଉପଗ୍ରହର ପଞ୍ଚମ ତଥା ଅନ୍ତିମ କକ୍ଷପଥରେ ସଫଳତାର ସହ ପ୍ରବେଶ କରି ଚନ୍ଦ୍ରପୃଷ୍ଠର ଆହୁରି ନିକଟତର ହୋଇଛି।

ଏହା ସହିତ ଚନ୍ଦ୍ରରେ ପହଞ୍ଚିବା ନିଜ ପ୍ରକ୍ରିୟା ଶେଷ କରିଛି ଚନ୍ଦ୍ରଯାନ-୩ । ବର୍ତ୍ତମାନ ପ୍ରପଲସନ୍ ମଡ୍ୟୁଲ୍ ଏବଂ ଲ୍ୟାଣ୍ଡର୍ ମଡ୍ୟୁଲ୍ ଅଲଗା ହେବା ପାଇଁ ପ୍ରସ୍ତୁତ ବୋଲି ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) କହିଛି।

ଇସ୍ରୋ କହିଛି ଯେ ଅଗଷ୍ଟ ୧୭ରେ ଲ୍ୟାଣ୍ଡର୍ ମଡ୍ୟୁଲ୍ କୁ ଚନ୍ଦ୍ରଯାନ-୩ର ପ୍ରପଲସନ୍ ମଡ୍ୟୁଲ୍ ଠାରୁ ଅଲଗା କରିବାକୁ ଯୋଜନା କରାଯାଇଛି |

ଜୁଲାଇ ୧୪ରେ ଉତକ୍ଷେପଣ ପରେ ଚନ୍ଦ୍ରଯାନ-୩ ଅଗଷ୍ଟ ୫ରେ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିଥିଲା । ଏହା ପରେ ଅଗଷ୍ଟ ୬, ୯ ଏବଂ ୧୪ରେ ଚନ୍ଦ୍ରର ପରବର୍ତ୍ତୀ କକ୍ଷପଥରେ ପ୍ରବେଶ କରି ଏହା ଚନ୍ଦ୍ରର ଆହୁରି ନିକଟତର ହୋଇଥିଲା ।

ଅଗଷ୍ଟ ୨୩ରେ ଚନ୍ଦ୍ରଯାନ-୩ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରିବ ବୋଲି ଆଶା କରାଯାଉଛି |