ଚନ୍ଦ୍ରର କକ୍ଷପଥରେ ପହଞ୍ଚିଲା ଚନ୍ଦ୍ରଯାନ-୩ | News Room Odisha

ଚନ୍ଦ୍ରର କକ୍ଷପଥରେ ପହଞ୍ଚିଲା ଚନ୍ଦ୍ରଯାନ-୩

ନୂଆଦିଲ୍ଲୀ: ଭାରତର ଚନ୍ଦ୍ରଯାନ-୩ ଚନ୍ଦ୍ରର କକ୍ଷପଥରେ ପହଞ୍ଚିଛି। ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଶନିବାର ଟୁଇଟ୍ କରି ଏହି ସୂଚନା ଦେଇଛି ‌ । ଚନ୍ଦ୍ରଯାନ-୩କୁ ସଫଳତାର ସହିତ ଚନ୍ଦ୍ରର କକ୍ଷପଥରେ ସ୍ଥାପିତ କରାଯାଇଛି ।

ଏହି ପ୍ରକ୍ରିୟାକୁ ମିଶନ ଅପରେସନ୍ କମ୍ପ୍ଲେକ୍ସ (ଏମ୍ଓଏକ୍ସ), ଇସ୍ରୋ ଟେଲିମେଟ୍ରି, ଟ୍ରାକିଂ ଆଣ୍ଡ କମାଣ୍ଡ ନେଟୱାର୍କ, ବେଙ୍ଗାଲୁରୁରୁ ସମ୍ପନ୍ନ କରାଯାଇଥିଲା | ରବିବାର ଭାରତୀୟ ସମୟ ରାତି ପ୍ରାୟ ୧୧ଟାରେ ଚନ୍ଦ୍ରଯାନ-୩କୁ ଚନ୍ଦ୍ରର ପରବର୍ତ୍ତୀ କକ୍ଷପଥକୁ ଆଣିବା ପ୍ରକ୍ରିୟା ଶେଷ ହେବ।

ଉଲ୍ଲେଖଯୋଗ୍ୟ, ଜୁଲାଇ ୧୪ରେ ଚନ୍ଦ୍ରଯାନ-୩ ମିଶନ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ଲଞ୍ଚ କରାଯାଇଥିଲା। ସେବେଠାରୁ ଏହା ଚନ୍ଦ୍ରର ପ୍ରାୟ ଦୁଇ ତୃତୀୟାଂଶ ଦୂରତା ଅତିକ୍ରମ କରିସାରିଛି |