ଚନ୍ଦ୍ରଯାନ-୩ : ଚନ୍ଦ୍ରରେ 'ସେଞ୍ଚୁରି' ମାରିଲା ରୋଭର ପ୍ରଜ୍ଞା | News Room Odisha

ଚନ୍ଦ୍ରଯାନ-୩ : ଚନ୍ଦ୍ରରେ ‘ସେଞ୍ଚୁରି’ ମାରିଲା ରୋଭର ପ୍ରଜ୍ଞା

ନୂଆଦିଲ୍ଲୀ: ଇସ୍ରୋ ପାଇଁ ଶନିବାର ଏକ ଖାସ୍ ଦିନ ଥିଲା | ଦେଶର ପ୍ରଥମ ସୌର ମିଶନ ଆଦିତ୍ୟ-ଏଲ୍୧ ସଫଳତାର ସହ ଉତକ୍ଷେପଣ ହୋଇଛି | ଅନ୍ୟପକ୍ଷରେ ଚନ୍ଦ୍ରଯାନ-୩ ର ରୋଭର ‘ପ୍ରଜ୍ଞା’ ମଧ୍ୟ ଶନିବାର ଜହ୍ନ ରାଇଜରେ ଏକ ନିଆରା କୀର୍ତ୍ତିମାନ ସୃଷ୍ଟି କରିଛି। ଇସ୍ରୋ କହିଛି ଯେ ଚନ୍ଦ୍ରଯାନ-୩ ରୋଭର ଚନ୍ଦ୍ର ପୃଷ୍ଠରେ ୧୦୦ ମିଟର ରାସ୍ତା ଅତିକ୍ରମ କରିଛି | ଏବଂ ସେ ଆଗକୁ ବଢିବାରେ ଲାଗିଛି ।

ଚନ୍ଦ୍ରଯାନ-୩ ରୋଭରର ଏହି ସଫଳତାକୁ ଇସ୍ରୋ କ୍ରିକେଟ୍ ଭାଷାରେ ବର୍ଣ୍ଣନା କରିଛି | ଇସ୍ରୋ ‘ଏକ୍ସ’ରେ ଏକ ପୋଷ୍ଟରେ ଲେଖିଛି, ଚନ୍ଦ୍ରଯାନ-୩ ମିଶନର, ପ୍ରଜ୍ଞା ୧୦୦ ନଟ୍ଆଉଟ୍। ଏସବୁ ମଧ୍ୟରେ ପ୍ରଜ୍ଞା ରୋଭର ଚନ୍ଦ୍ରରେ ଏପର୍ଯ୍ୟନ୍ତ ୧୦୦ ମିଟର ଦୂରତା ଅତିକ୍ରମ କରି କ୍ରମାଗତ ଆଗକୁ ବଢ଼ୁଛି ।

ଆଇଏସଆର ମୁଖ୍ୟ ଏସ୍ ସୋମନାଥ କହିଛନ୍ତି ଯେ ରୋଭର ଏବଂ ଲ୍ୟାଣ୍ଡରକୁ “ସ୍ଲିପ୍ ମୋଡ” ରେ ରଖିବା ପ୍ରକ୍ରିୟା ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ଆରମ୍ଭ ହେବ। କାରଣ ସେମାନଙ୍କୁ ଏବେ ଚନ୍ଦ୍ରପୃଷ୍ଠରେ ରାତିର ସାମ୍ନା କରିବାକୁ ପଡିବ।

ଅଗଷ୍ଟ ୨୩ରେ ଭାରତର ଚନ୍ଦ୍ରଯାନ-୩ ସଫଳତାର ସହ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରିଥିଲା । ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିବାରେ ଭାରତ ବିଶ୍ବର ପ୍ରଥମ ଦେଶ ହୋଇଥିଲା ।