ଚନ୍ଦ୍ରଯାନ-୩ ପଠାଇଲା ଚନ୍ଦ୍ରର ନୂଆ ଫଟୋ | News Room Odisha

ଚନ୍ଦ୍ରଯାନ-୩ ପଠାଇଲା ଚନ୍ଦ୍ରର ନୂଆ ଫଟୋ

ବେଙ୍ଗାଲୁରୁ: ଭାରତୀୟ ମହାକାଶ ସଂସ୍ଥା ‘ଇସ୍ରୋ’ ଶୁକ୍ରବାର ଚନ୍ଦ୍ରଯାନ-୩ ପଠାଇଥିବା ଚନ୍ଦ୍ରର କିଛି ନୂଆ ଫଟୋ ଜାରି କରିଛି ।

ଚନ୍ଦ୍ରୟାନ-୩ର ଲ୍ୟାଣ୍ଡର ଏହି ଫଟୋ ଗୁଡ଼ିକ ଉଠାଇଛି । ଗତକାଲି ଲ୍ୟାଣ୍ଡର ‘ବିକ୍ରମ’ ପ୍ରପଲସନ୍ ମଡ୍ୟୁଲରୁ ଅଲଗା ହୋଇଥିଲା | ବର୍ତ୍ତମାନ ଲ୍ୟାଣ୍ଡର ‘ବିକ୍ରମ’ ଚନ୍ଦ୍ରପୃଷ୍ଠ ଆଡକୁ ଗତି କରୁଛି । ଏହା ଅଗଷ୍ଟ ୨୩ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରିବା ଆଶା କରାଯାଉଛି |

ଚନ୍ଦ୍ରଯାନ-୩ ପଠାଇଥିବା ଏହି ଫଟୋ ଗୁଡ଼ିକରେ ଚନ୍ଦ୍ର ପୃଷ୍ଠରେ ଗଭୀର ଗର୍ତ୍ତ ଦେଖିବାକୁ ମିଳୁଛି ଯାହାକୁ କ୍ରେଟର କୁହାଯାଏ | ଏହି ଫଟୋ ଗୁଡ଼ିକ ଅଗଷ୍ଟ ୧୫ରେ ଉତ୍ତୋଳନ କରାଯାଇଥିଲା ।