ବିଦେଶ ଯାତ୍ରା ପାଇଁ କୋ-ଓ୍ବିନ ଟିକା ସାର୍ଟିଫିକେଟରେ ହେବ ବଡ଼ ପରିବର୍ତ୍ତନ, ସୂଚନା ଦେଲେ ଏନ୍ଏଚ୍ଏ ସିଇଓ | News Room Odisha

ବିଦେଶ ଯାତ୍ରା ପାଇଁ କୋ-ଓ୍ବିନ ଟିକା ସାର୍ଟିଫିକେଟରେ ହେବ ବଡ଼ ପରିବର୍ତ୍ତନ, ସୂଚନା ଦେଲେ ଏନ୍ଏଚ୍ଏ ସିଇଓ

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ଯାତ୍ରୀମାନଙ୍କ ପାଇଁ କୋ-ଓ୍ବିନ ଟୀକାକରଣ ପ୍ରମାଣପତ୍ରରେ ଏକ ବଡ଼ ପରିବର୍ତ୍ତନ ହୋଇଛି | ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ (ଏନ୍ଏଚ୍ଏ) ର ସିଇଓ ଡକ୍ଟର ଆର.ଏସ୍ ଶର୍ମାଙ୍କ ସୂଚନା ଅନୁଯାୟୀ, ଯେଉଁମାନେ କରୋନା ଟିକା ଗ୍ରହଣ କରିଛନ୍ତି ଏବଂ ବିଦେଶ ଭ୍ରମଣ କରିବାକୁ ଚାହୁଁଛନ୍ତି, ସେମାନଙ୍କ କରୋନା ଟୀକାକରଣ ପ୍ରମାଣପତ୍ରରେ ସେମାନଙ୍କର ଜନ୍ମ ତାରିଖ ଲେଖାଯିବ। ଏହା ବର୍ଷ-ମାସ-ଦିନ ଫର୍ମାଟ୍ ରେ ଉଲ୍ଲେଖ ହେବ ଏବଂ ଆନ୍ତର୍ଜାତୀୟ ଯାତ୍ରୀମାନଙ୍କ ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ଗାଇଡ ଲାଇନ୍ ଅନୁଯାୟୀ ହେବ |

ଡକ୍ଟର ଶର୍ମା କହିଛନ୍ତି, “ଯେହେତୁ ବିଶ୍ବ ବାଣିଜ୍ୟ ଏବଂ ଯାତ୍ରା ଧୀରେ ଧୀରେ ଖୋଲୁଛି, ଆନ୍ତର୍ଜାତୀୟ ଯାତ୍ରୀମାନେ ନିରାପଦରେ ଯାତ୍ରା କରିବେ ତାହା ନିଶ୍ଚିତ କରିବାକୁ ଆମେ ନିରନ୍ତର କାର୍ଯ୍ୟ କରୁଛୁ। ସେ କହିଛନ୍ତି ଯେ ବିଦେଶ ଭ୍ରମଣ କରୁଥିବା ପ୍ରତ୍ୟେକ ବ୍ୟକ୍ତି କୋ-ଓ୍ବିନ ରେ ସେମାନଙ୍କର ଟିକାକରଣ ପ୍ରମାଣପତ୍ର ଅପଡେଟ୍ କରିପାରିବେ ଏବଂ ପାସପୋର୍ଟ ଅନୁଯାୟୀ ସେମାନଙ୍କର ଜନ୍ମ ତାରିଖ ପ୍ରବେଶ କରି ପୁନର୍ବାର ସାର୍ଟିଫିକେଟ୍ ଡାଉନଲୋଡ୍ କରିପାରିବେ |

ବର୍ତ୍ତମାନ ପ୍ରମାଣପତ୍ରରେ କେବଳ ଜନ୍ମ ବର୍ଷ ଲେଖାଯାଇଛି ।‌ ସୂଚନାଯୋଗ୍ୟ ଯେ ବ୍ରିଟେନ ୨୨ ସେପ୍ଟେମ୍ବରରେ ନୂଆ ଯାତ୍ରା ନିର୍ଦ୍ଦେଶାବଳୀ ଜାରି କରିଛି | ଏଥିରେ କୋଭିଶିଲ୍ଡ ନାମରେ ଭାରତର ସେରମ୍ ଇନଷ୍ଟିଚ୍ୟୁଟ୍ ଦ୍ୱାରା ପ୍ରସ୍ତୁତ ଆଷ୍ଟ୍ରା ଜେନେକାର ଟିକାକୁ ବ୍ରି ଅନୁମୋଦିତ କରୋନା ଟିକା ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିଲା। ବ୍ରିଟେନ ପୂର୍ବରୁ କୋଭେଶିଲ୍ଡକୁ ମାନ୍ୟତା ଦେଇନଥିଲା। ତେବେ ଚାରିଆଡୁ ସମାଲୋଚନା ପରେ ବ୍ରିଟେନ ନିଜ ଟିକା ନୀତିରେ ସଂଶୋଧନ କରି ଏଥିରେ କୋଭେଶିଲ୍ଡକୁ ମାନ୍ୟତା ଦେଇଥିଲା ।