ଦ୍ୱାଦଶ ଶ୍ରେଣୀ ପୁସ୍ତକରୁ ହଟିଲା 'ଖଲିସ୍ତାନ' ଚାପ୍ଟର | News Room Odisha

ଦ୍ୱାଦଶ ଶ୍ରେଣୀ ପୁସ୍ତକରୁ ହଟିଲା ‘ଖଲିସ୍ତାନ’ ଚାପ୍ଟର

ନୂଆଦିଲ୍ଲୀ: ଅଲଗା ଖାଲିସ୍ତାନ ରାଷ୍ଟ୍ର ଗଠନ ସମ୍ବନ୍ଧୀୟ ଏକ ଅଧ୍ୟାୟକୁ ଦ୍ୱାଦଶ ଶ୍ରେଣୀ ପୁସ୍ତକରୁ ହଟାଇ ଦେଇଛି ଏନସିଇଆରଟି ।

କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ସୂଚନା ଅନୁଯାୟୀ, ଶିରୋମଣି ଗୁରୁଦ୍ୱାର ପ୍ରବନ୍ଧକ କମିଟି (ଏସଜିପିସି) ର ଆପତ୍ତି ପରେ ଖାଲିସ୍ତାନ ଉପରେ ଚାପ୍ଟରକୁ ଦ୍ବାଦଶ ଶ୍ରେଣୀ ରାଜନୀତି ବିଜ୍ଞାନ ପାଠ୍ୟ ପୁସ୍ତକରୁ ବାଦ୍ ଦିଆଯାଇଛି ।

ଏସଜିପିସି କେନ୍ଦ୍ର ସରକାରଙ୍କୁ ଏକ ଚିଠି ଲେଖି କହିଥିଲା ଯେ ଉକ୍ତ ଚାପ୍ଟରରେ ୧୯୭୩ ମସିହାରେ ଗୃହୀତ ହୋଇଥିବା ଆନନ୍ଦପୁର ସାହିବ ପ୍ରସ୍ତାବ ସମ୍ପର୍କରେ ଭୁଲ୍ ବ୍ୟାଖ୍ୟା କରାଯାଇଛି ।

ଆନନ୍ଦପୁର ସାହିବ ପ୍ରସ୍ତାବ ଅଲଗା ଖଲିସ୍ତାନ ରାଷ୍ଟ୍ର ଗଠନ ସମ୍ପର୍କରେ ଥିଲା ବୋଲି ଉକ୍ତ ଚାପ୍ଟରରେ ଉଲ୍ଲେଖ କରାଯାଇଥିଲା । ଏନେଇ ଆପତ୍ତି ଉଠାଇଥିଲା ଏସଜିପିସି।

ଏହା ପରେ ଏନସିଆରଟି ଏହି ଘଟଣାର ଅନୁସନ୍ଧାନ ପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରିଥିଲା। ପୁସ୍ତକର ସପ୍ତମ ଅଧ୍ୟାୟରୁ ଦୁଇଟି ଲାଇନ୍ ହଟାଇବାକୁ କମିଟି ସରକାରଙ୍କୁ ପରାମର୍ଶ ଦେଇଥିଲା ।