'ଛେଲୋ ଶୋ'ର ଶିଶୁ କଳାକାର ରାହୁଲ କୋଲିଙ୍କ ଅକାଳ ବିୟୋଗ | News Room Odisha

‘ଛେଲୋ ଶୋ’ର ଶିଶୁ କଳାକାର ରାହୁଲ କୋଲିଙ୍କ ଅକାଳ ବିୟୋଗ

ନୂଆଦିଲ୍ଲୀ: ଚଳିତ ବର୍ଷ ଭାରତରୁ ଓସ୍କାର ପୁରସ୍କାରକୁ ପଠା ଯାଇଥିବା ଗୁଜରାଟୀ ଚଳଚ୍ଚିତ୍ର ‘ଛେଲୋ ଶୋ’ର ଶିଶୁ କଳାକାର ରାହୁଲ କୋଲିଙ୍କ ପରଲୋକ ହୋଇଯାଇଛି । କୋଲି କ୍ୟାନ୍ସରରେ ପୀଡ଼ିତ ଥିଲେ। ଏହି ଚଳଚ୍ଚିତ୍ରରେ ସେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିବା ଭବିନ୍ ରବାରୀଙ୍କ ଵନ୍ଧୁ ଭୂମିକାରେ ନଜର ଆସିଥିଲେ । ‘ଛେଲୋ ଶୋ’ରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିବା ରାହୁଲଙ୍କର ଅକାଳ ବିୟୋଗରେ କଳା ଜଗତ ସ୍ତବ୍ଧ ହୋଇଯାଇଛି ।

ରାହୁଲଙ୍କ ପିତା କହିଛନ୍ତି ଯେ ରାହୁଲଙ୍କ ସ୍ବାସ୍ଥ୍ୟାବସ୍ଥା ନିକଟରେ ଗୁରୁତର ହୋଇଯାଇଥିଲା । ତାଙ୍କୁ ରହି ରହି ଜ୍ୱର ହେଉଥିଲା । ସେ ରକ୍ତ ବାନ୍ତି କରିଥିଲେ। ରାହୁଲଙ୍କ ଅଭିନୀତ ଫିଲ୍ମ ‘ଛେଲୋ ଶୋ’ ଆଉ ଦୁଇ ଦିନ ପରେ ସାରା ଦେଶରେ ମୁକ୍ତିଲାଭ କରିବ |

ରାହୁଲଙ୍କୁ ମାତ୍ର ୧୫ ବର୍ଷ ହୋଇଥିଲା । ତାଙ୍କ ଅଭିନୀତ ‘ଛେଲୋ ଶୋ’ ଚଳିତ ବର୍ଷ ୯୫ ତମ ଏକାଡେମୀ ପୁରସ୍କାରକୁ ପଠାଯାଇଛି | ବିଭିନ୍ନ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ପାନ ନଳିନଙ୍କ ନିର୍ଦ୍ଦଶିତ ଏହି ଫିଲ୍ମ ଏବଂ ରାହୁଲ କୋଲିଙ୍କ କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରାଯାଇଛି | ଏହି ଚଳଚ୍ଚିତ୍ରରେ ରାହୁଲ ଏବଂ ଭବିନଙ୍କ ବ୍ୟତୀତ ରିଚା ମୀନା, ଭବଶ ଶ୍ରୀମାଲି, ପରେଶ ମେହେଟ୍ଟା ଏବଂ ଟିଆ ସେବାଶିଆନ୍ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ।