ଆଜି ଛତିଶଗଡ଼ ବିଜେପି ବିଧାୟକ ଦଳର ବୈଠକ, ଘୋଷଣା ହୋଇପାରେ ମୁଖ୍ୟମନ୍ତ୍ରୀଙ୍କ ନାମ | News Room Odisha

ଆଜି ଛତିଶଗଡ଼ ବିଜେପି ବିଧାୟକ ଦଳର ବୈଠକ, ଘୋଷଣା ହୋଇପାରେ ମୁଖ୍ୟମନ୍ତ୍ରୀଙ୍କ ନାମ

ରାୟପୁର : ଛତିଶଗଡ଼ ବିଜେପିର ନବ ନିର୍ବାଚିତ ୫୪ ବିଧାୟକଙ୍କ ଏକ ବୈଠକ ରବିବାର ଅନୁଷ୍ଠିତ ହେବ । ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ ସସପେନ୍ସ ଦୂର ହୋଇପାରେ ।

ରବିବାର ବସିବାକୁ ଥିବା ବିଜେପି ବିଧାୟକ ଦଳର ବୈଠକ ବୈଠକରେ ଦଳର ତିନିଜଣ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ – କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଏବଂ ସର୍ବାନନ୍ଦ ସୋନୋୱାଲ ଏବଂ ସାଧାରଣ ସମ୍ପାଦକ ଦୁଶ୍ୟନ୍ତ କୁମାର ଗୌତମ ଉପସ୍ଥିତ ରହିବେ ବୋଲି ଦଳର ରାଜ୍ୟ ସଭାପତି ଅରୁଣ ସାଓ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ବିଜେପିର ଛତିଶଗଡ଼ ଦାୟିତ୍ୱରେ ଥିବା ଓମ ମାଥୁର, କେନ୍ଦ୍ର ମନ୍ତ୍ରୀ ମନସୁଖ ମାଣ୍ଡବୀୟ ଏବଂ ଛତିଶଗଡ଼ ପାଇଁ ଦଳ ସହ-ପ୍ରଭାରି ନୀତିନ ନବିନ ମଧ୍ୟ ଏହି ବୈଠକରେ ଯୋଗଦେବେ ବୋଲି ସେ କହିଛନ୍ତି।