ଛତିଶଗଡ କଂଗ୍ରେସ କନ୍ଦଳ: ରାହୁଲଙ୍କୁ ଭେଟିବାକୁ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବାଘେଲ, ଦେଇପାରନ୍ତି ଇସ୍ତଫା | News Room Odisha

ଛତିଶଗଡ କଂଗ୍ରେସ କନ୍ଦଳ: ରାହୁଲଙ୍କୁ ଭେଟିବାକୁ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବାଘେଲ, ଦେଇପାରନ୍ତି ଇସ୍ତଫା

ନୂଆଦିଲ୍ଲୀ: ଛତିଶଗଡ କଂଗ୍ରେସର ବିବାଦ ଘନେଇବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଏକ ସପ୍ତାହ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଦିଲ୍ଲୀରେ ପହଞ୍ଚିଛନ୍ତି। ଏଠାରେ ସେ ରାହୁଲ ଗାନ୍ଧୀଙ୍କୁ ଭେଟିବେ। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଦିଲ୍ଲୀରେ ବାଘେଲଙ୍କ ଟି.ଏସ୍ ସିଂଦେବ ମଧ୍ୟ ଉପସ୍ଥିତ ଅଛନ୍ତି। ରାହୁଲ ସିଂଦେବଙ୍କୁ ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁଛନ୍ତି। ଏଥିପାଇଁ ସେ ବାଘେଲଙ୍କୁ ଇସ୍ତଫା ଦେବାକୁ କହିପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ଛତିଶଗଡରୁ ବହୁ ସଂଖ୍ୟକ ବିଧାୟକ ମଧ୍ୟ ଦିଲ୍ଲୀରେ ପହଞ୍ଚିଛନ୍ତି। ଏସବୁ ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲଙ୍କ ଘନିଷ୍ଠ ବୋଲି କୁହାଯାଉଛି। ଦିଲ୍ଲୀରେ ରାଜ୍ୟ ସରକାରର ଦୁଇ ମନ୍ତ୍ରୀ ଏବଂ କିଛି ବିଧାୟକ ମଧ୍ୟ ଉପସ୍ଥିତ ଅଛନ୍ତି।