ଲକ୍ଷ୍ମୀପୁର ହିଂସା: ଲକ୍ଷ୍ନୌ ବିମାନ ବନ୍ଦରରେ ଛତିଶଗଡ ମୁଖ୍ୟମନ୍ତ୍ରୀ ବାଘେଲଙ୍କୁ ଅଟକାଇଲା ପୋଲିସ | News Room Odisha

ଲକ୍ଷ୍ମୀପୁର ହିଂସା: ଲକ୍ଷ୍ନୌ ବିମାନ ବନ୍ଦରରେ ଛତିଶଗଡ ମୁଖ୍ୟମନ୍ତ୍ରୀ ବାଘେଲଙ୍କୁ ଅଟକାଇଲା ପୋଲିସ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ହିଂସା ପରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ମୃତ କୃଷକଙ୍କ ପରିବାର ଲୋକଙ୍କୁ ଭେଟିବା ପାଇଁ ଉତ୍ତର ପ୍ରଦେଶରେ ପହଞ୍ଚିଛନ୍ତି। ତେବେ ଲକ୍ଷ୍ନୌ ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରେ ଉପସ୍ଥିତ ଥିବା ପୋଲିସ କର୍ମଚାରୀ ତାଙ୍କୁ ବାହାରକୁ ଯିବାକୁ ଅଟକାଇଥିଲେ। ଏହାର ପ୍ରତିବାଦରେ ବାଘେଲ୍ ବିମାନ ବନ୍ଦରରେ ଧାରଣାରେ ବସିଛନ୍ତି । ବାଘେଲ୍ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ତାଙ୍କୁ ଲକ୍ଷ୍ନୌ ବିମାନ ବନ୍ଦର ବାହାରକୁ ଯିବାକୁ ଦିଆଯାଉ ନାହିଁ ବୋଲି କହିଛନ୍ତି। ସେ ଟ୍ବିଟ୍ କରି କହିଛନ୍ତି ଯେ ମୋତେ ବିନା ଆଦେଶରେ ଲକ୍ଷ୍ନୌ ବିମାନ ବନ୍ଦରରୁ ବାହାରକୁ ଯିବାକୁ ବାରଣ କରାଯାଇଛି। ଧାରଣାରେ ବସିଥିବା ବାଗେଲ ମଧ୍ୟ ନିଜର ଏକ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ସେ ଚଟାଣରେ ବସିଥିବାର ନଜର ଆସିଛନ୍ତି ଏବଂ ସୁରକ୍ଷା କର୍ମୀମାନେ ତାଙ୍କ ଚାରିପାଖରେ ଛିଡା ହୋଇଛନ୍ତି |

ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବାଘେଲ୍ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି। ଏହି ଭିଡିଓରେ ସୁରକ୍ଷା କର୍ମୀମାନେ ତାଙ୍କୁ ବିମାନବନ୍ଦରରୁ ବାହାରକୁ ଅଟକାଉଥିବାର ଦେଖିବାକୁ ମିଳୁଛି ।

ସେପଟେ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀଙ୍କୁ ୟୁପି ପୋଲିସ ଗିରଫ କରିଛି। ସୀତାପୁରର ପିଏସି ଗେଷ୍ଟ ହାଉସରେ ୩୦ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ଗୃହବନ୍ଦୀ ରହିବା ପରେ ତାଙ୍କୁ ଗିରଫ କରାଯାଇଛି। ଧାରା ୧୪୪ ଉଲ୍ଲଂଘନ ଏବଂ ଶାନ୍ତିଭଙ୍ଗ ଉଦ୍ୟମ ଭଳି ଦଫା ଅଧୀନରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।