ଟିକା ପାଇଁ ୧୫ ରୁ ୧୮ ବର୍ଷ ପିଲା ଜାନୁଆରୀ ପହିଲାରୁ କରିପାରିବେ ପଞ୍ଜିକରଣ | News Room Odisha

ଟିକା ପାଇଁ ୧୫ ରୁ ୧୮ ବର୍ଷ ପିଲା ଜାନୁଆରୀ ପହିଲାରୁ କରିପାରିବେ ପଞ୍ଜିକରଣ

ନୂଆଦିଲ୍ଲୀ: ଜାନୁଆରୀ ୩ରୁ ଦେଶରେ ୧୫ ରୁ ୧୮ ବର୍ଷର ପିଲାମାନଙ୍କ ପାଇଁ ଟିକାକରଣ ଆରମ୍ଭ ହେବାକୁ ଯାଉଛି | ପିଲାମାନଙ୍କ ଟିକାକରଣ ପାଇଁ ପଞ୍ଜୀକରଣ କରିବାକୁ ପଡିବ | ଅନ୍ୟ ବୟସ ବର୍ଗ ଲୋକଙ୍କ ପରି ଏହି ପ୍ରକ୍ରିୟା ସମାନ ହେବ |

କୋ-ଓ୍ବିନ୍ ଆପ୍ ମାଧ୍ୟମରେ ପିଲାମାନେ ଟିକା ନେବା ପାଇଁ ପଞ୍ଜିକରଣ କରିବେ | ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣର ସିଇଓ ଡକ୍ଟର ଆର.ଏସ୍ ଶର୍ମା କହିଛନ୍ତି ଯେ ଜାନୁଆରୀ ପହିଲାରୁ ୧୫ ରୁ ୧୮ ବର୍ଷ ବୟସର ପିଲାମାନେ ଏହି ଟିକା ପାଇଁ ସେମାନଙ୍କ ନାମ ପଞ୍ଜିକରଣ କରିପାରିବେ।

ଖ୍ରୀଷ୍ଟମାସ ଅବସରରେ ଦେଶକୁ ସମ୍ବୋଧନ ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ ଜାନୁୟାରୀ ୩, ୨୦୨୨ ରୁ ୧୫-୧୮ ବର୍ଷର ପିଲାମାନଙ୍କୁ କରୋନା ଭ୍ୟାକ୍ସିନ୍ ଦିଆଯିବ | ସୂଚନାନୁସାରେ, ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜିଆଇ) ୧୫ ରୁ ୧୮ ବର୍ଷ ବୟସର ପିଲାମାନଙ୍କ ପାଇଁ ଜରୁରୀକାଳୀନ ବ୍ୟବହାର ପାଇଁ ଭାରତ ବାୟୋଟେକର କରୋନା ଭ୍ୟାକ୍ସିନ୍ (କୋଭାକ୍ସିନ୍) କୁ ମଞ୍ଜୁରି ଦେଇଛନ୍ତି |