ବିଦେଶୀ ଯାତ୍ରୀଙ୍କ ପାଇଁ କ୍ୱାରେଣ୍ଟିନ୍ କଟକଣା ହଟାଇଲା ଚୀନ୍ | News Room Odisha

ବିଦେଶୀ ଯାତ୍ରୀଙ୍କ ପାଇଁ କ୍ୱାରେଣ୍ଟିନ୍ କଟକଣା ହଟାଇଲା ଚୀନ୍

ବେଜିଂ: ରବିବାର ଠାରୁ ଚୀନ୍ କରୋନା ମହାମାରୀ ସହ ଜଡିତ ବିଦେଶୀ ଯାତ୍ରୀଙ୍କ ପାଇଁ କ୍ୱାରେଣ୍ଟିନ୍ କଟକଣା ହଟାଇଛି। ଏବେ ଚୀନ୍ ଯାତ୍ରା କଲେ ବିଦେଶୀ ଯାତ୍ରୀଙ୍କୁ ଆଉ କ୍ୱାରେଣ୍ଟିନରେ ରହିବାକୁ ପଡିବ ନାହିଁ |

ଚୀନ୍ ମଧ୍ୟ ନାଗରିକମାନଙ୍କୁ ବିଦେଶ ଯାତ୍ରା ପାଇଁ ପାସପୋର୍ଟ ଏବଂ ଭିସା ଦେବା ଆରମ୍ଭ କରିଛି। ଏହା ସହିତ ବିଦେଶୀମାନଙ୍କ ପାଇଁ ସାଧାରଣ ଭିସା ଏବଂ ଅନୁମତି ମଧ୍ୟ ଦିଆଯାଇଛି |

ଚୀନ୍ ଗତ ତିନି ବର୍ଷ ଧରି ଜିରୋ କୋଭିଡ୍ ନୀତି ଆପଣାଇଥିଲା । କିନ୍ତୁ ଏହାକୁ ବିରୋଧ ଓ ଅର୍ଥ ବ୍ୟବସ୍ଥା ଉପରେ ଏହାର ପ୍ରତିକୂଳ ପ୍ରଭାବ ପରେ ଏହାକୁ କୋହଳ କରାଯାଇଛି ।

ନିବେଶକମାନେ କହିଛନ୍ତି ଯେ ସୀମା ଖୋଲିବା ନିଷ୍ପତ୍ତି ଚୀନ୍ ଅର୍ଥନୀତିକୁ ପୁନର୍ଜୀବିତ କରିବାରେ ସହାୟକ ହେବ।

ଗତ ଅର୍ଦ୍ଧ ଦଶନ୍ଧି ମଧ୍ୟରେ ଚୀନର ଅର୍ଥନୈତିକ ଅଭିବୃଦ୍ଧିରେ ମନ୍ଥରତା ଲକ୍ଷ୍ୟ କରାଯାଇଛି । ତେବେ ନିୟମ କୋହଳ ପରେ କରୋନା ମାମଲାରେ ମଧ୍ୟ ବୃଦ୍ଧି ଘଟିଛି ।