ଲାଞ୍ଚ ନେବା ବେଳେ ଧରାପଡିଲେ ବରିଷ୍ଠ କିରାଣୀ | News Room Odisha

ଲାଞ୍ଚ ନେବା ବେଳେ ଧରାପଡିଲେ ବରିଷ୍ଠ କିରାଣୀ

ଭୁବନେଶ୍ୱର – ଅନୁଗୁଳ ଜିଲ୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ବରିଷ୍ଠ କିରାଣୀ ନିତ୍ୟାନନ୍ଦ ଗାଇଗାରିଆ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଜଣେ ସରକାରୀ କର୍ମଚାରୀଙ୍କଠାରୀ ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ତାଙ୍କୁ ଧରିଥିଲା ଭିଜିଲାନ୍ସ। ସମ୍ପୃକ୍ତ କର୍ମଚାରୀଙ୍କ ବେତନର ଆଣ୍ଟି ଡେଟିଂ ପାଇଁ ବରିଷ୍ଠ କିରାଣୀ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏ ନେଇ ସଂପୃକ୍ତ କର୍ମଚାରୀ ଫେରାଦ ହେଲା ପରେ ବରିଷ୍ଠ କିରାଣିଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା ଭିଜିଲାନ୍ସ। ଲାଞ୍ଚ ଟଙ୍କା ଜବତ ହେଲାପରେ ନିତ୍ୟାନନ୍ଦ ଗାଇଗାରିଆଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସଂପତ୍ତି ଠୁଳ ସନ୍ଦେହରେ ଏହି ଚଢ଼ାଉ କରାଯାଉଛି।