ପୂର୍ବାଞ୍ଚଳ ବାୟୁସେନା କମାଣ୍ଡର ଭାବେ ଓଡିଆ ପୁଅ ଦିଲୀପଙ୍କୁ ନିଯୁକ୍ତି, ମୁଖ୍ୟମନ୍ତ୍ରୀ ଜଣାଇଲେ ଅଭିନନ୍ଦନ | News Room Odisha

ପୂର୍ବାଞ୍ଚଳ ବାୟୁସେନା କମାଣ୍ଡର ଭାବେ ଓଡିଆ ପୁଅ ଦିଲୀପଙ୍କୁ ନିଯୁକ୍ତି, ମୁଖ୍ୟମନ୍ତ୍ରୀ ଜଣାଇଲେ ଅଭିନନ୍ଦନ

ଭୁବନେଶ୍ୱର –ଓଡିଆ ବାୟୁସେନା ଅଧିକାରୀ ଦିଲୀପ କୁମାର ପଟ୍ଟନାୟକଙ୍କୁ ମିଳିଛି ନୂଆ ଦାୟିତ୍ୱ । ପୂର୍ବାଞ୍ଚଳ ବାୟୁସେନା କମାଣ୍ଡର ଭାବେ ଏୟାର ମାର୍ଶାଲ ଦିଲୀପଙ୍କୁ ନିଯୁକ୍ତି ଦିଆଯାଇଛି । କାଲି ମେଘାଳୟର ଶିଲଂରେ ଦାୟିତ୍ୱ ନେବେ ଦିଲୀପ । ଦିଲୀପ ବର୍ତ୍ତମାନ କେନ୍ଦ୍ରୀୟ ବାୟୁସେନା କମାଣ୍ଡ୍‌ରେ ବରିଷ୍ଠ ଅଧକାରୀ ଅଛନ୍ତି । ପୂର୍ବାଞ୍ଚଳ ବାୟୁସେନା ମୁଖ୍ୟ ହେବାରେ ଦିଲୀପ ହେଉଛନ୍ତି ପ୍ରଥମ ଓଡିଆ । ଦିଲୀପଙ୍କୁ ନୂଆ ନିଯୁକ୍ତି ମିଳିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।