ନବ ନିର୍ବାଚିତ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା | News Room Odisha

ନବ ନିର୍ବାଚିତ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ନବ ନିର୍ବାଚିତ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି। ବାଚସ୍ପତି ଭାବେ ଶ୍ରୀଯୁକ୍ତ ଆରୁଖ ଗୃହର ଗରିମା ଅକ୍ଷୁର୍ଣ୍ଣ ରଖି ସାମ୍ବିଧାନିକ ପଦ, ମର୍ଯ୍ୟାଦା ପ୍ରତି ସମ୍ମାନ ପୂର୍ବକ ଉତ୍ତମ ଗୃହ ପରିଚାଳନା କରି ଗଣତନ୍ତ୍ରକୁ ଆହୁରି ମଜବୁତ କରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି।