ବିରୋଧୀଙ୍କୁ ନବୀନଙ୍କ ଟାର୍ଗେଟ : ମମିତା ହତ୍ୟା ଘଟଣା ନେଇ ହେଉଛି ରାଜନୀତିକରଣ, ଦୋଷୀଙ୍କ ବିରୋଧରେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ | News Room Odisha

ବିରୋଧୀଙ୍କୁ ନବୀନଙ୍କ ଟାର୍ଗେଟ : ମମିତା ହତ୍ୟା ଘଟଣା ନେଇ ହେଉଛି ରାଜନୀତିକରଣ, ଦୋଷୀଙ୍କ ବିରୋଧରେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର- ମମିତା ହତ୍ୟା ପ୍ରସଙ୍ଗରେ ବିଧାନସଭାରେ ବିବୃତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହା ଏକ ସମ୍ବେଦନଶୀଳ ଘଟଣା । ଏହାକୁ ନେଇ ଅଯଧା ରାଜନୀତିକରଣ କରାଯାଉଛି । ଏଥିରେ ସେ ଦୁଃଖିତ । ସେ ପୋଲିସକୁ ବିନା ଭୟ ଓ ଦ୍ୱନ୍ଦ୍ୱରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯିଏ ଦୋଷୀ, ସିଏ ଦଣ୍ଡ ପାଇବ । ଏଥିରେ କୌଣସି ସନ୍ଦେହ ରହିବା ଉଚିତ ନୁହେଁ । କିନ୍ତୁ ଏପରି ଏକ ସମ୍ବେଦନଶୀଳ ଘଟଣାକୁ ଯେପରି ରାଜନୀତିକରଣ କରାଯାଉଛି, ତାହା ଆଦୌ ଗ୍ରହଣୀୟ ବୋଲି ମୁଖ୍ୟମନ୍ତ୍ରୀ ବିବୃତିରେ କହିଛନ୍ତି ।

ସେ କହିଛନ୍ତି ଯେ, ଅବସରପ୍ରାପ୍ତ ଜିଲ୍ଲା ଜଜ୍ ଏହି ମାମଲା ତଦନ୍ତ ପ୍ରକ୍ରିୟାର ତଦାରଖ କରିବେ । ହାଇକୋର୍ଟଙ୍କୁ ଏ ନେଇ ରାଜ୍ୟ ସରକାର ଅନୁରୋଧ କରିଥିଲେ । ହାଇକୋର୍ଟଙ୍କ ତତ୍ତବଧାନରେ ଘଟଣାର ତଦନ୍ତ ଚାଲିଛି । ଦାୟିତ୍ୱରେ ଯିଏ ବି ଅବହେଳା କରିଥିବ, ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପୋଲିସକୁ ତା କାମ କରିବାକୁ ଦିଆଯାଉ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।