ପୁଣି ବଢ଼ିଲା ସିଏନଜି ଓ ପିଏନଜି ଦର | News Room Odisha

ପୁଣି ବଢ଼ିଲା ସିଏନଜି ଓ ପିଏନଜି ଦର

ନୂଆଦିଲ୍ଲୀ: ଦେଶରେ ଇନ୍ଧନ ଦରବୃଦ୍ଧିରେ ଲଗାମ ଲାଗୁ ନାହିଁ | ଆଜି ପୁଣି ସିଏନଜି ଏବଂ ପିଏନଜିର ଦାମ୍ ବଢ଼ିଛି | ଦିଲ୍ଲୀରେ ସିଏନଜି ଦର କିଲୋଗ୍ରାମ ପିଛା ୨.୫ ଟଙ୍କା ଏବଂ ପିଏନଜି ମୂଲ୍ୟ ପିଛା ୪.୨୫ ଟଙ୍କାକୁ ବୃଦ୍ଧି କରାଯାଇଛି। ବର୍ଦ୍ଧିତ ମୂଲ୍ୟ ଆଜିଠାରୁ କାର୍ଯ୍ୟକାରୀ ହୋଇଛି | ଏହି ବୃଦ୍ଧି ପରେ ଦିଲ୍ଲୀରେ ସିଏନଜି ର ମୂଲ୍ୟ କିଲୋଗ୍ରାମ ପିଛା ୭୧.୬୧ ଟଙ୍କାରେ ପହଞ୍ଚିଥିବାବେଳେ ପିଏନଜିର ଦର ପ୍ରତି ଏସସିଏମ୍ ପିଛା ୪୫.୮୬ ଟଙ୍କା ହୋଇଛି। ଚଳିତ ମାସରେ ସିଏନଜି ମୂଲ୍ୟରେ ଏହା ହେଉଛି ଚତୁର୍ଥ ବୃଦ୍ଧି। ଚାରୋଟି କିସ୍ତିରେ ଏହାର ମୂଲ୍ୟ ୧୦.୮୦ ଟଙ୍କା ବଢ଼ିସାରିଛି ।