ଟିଭି ଅଭିନେତ୍ରୀ ତୁନିଶା ଶର୍ମା ମୃତ୍ୟୁ ମାମଲାରେ ଅଭିନେତା ଶିଜାନ ଖାନ ଗିରଫ | News Room Odisha

ଟିଭି ଅଭିନେତ୍ରୀ ତୁନିଶା ଶର୍ମା ମୃତ୍ୟୁ ମାମଲାରେ ଅଭିନେତା ଶିଜାନ ଖାନ ଗିରଫ

ମୁମ୍ବାଇ: ଟିଭି ଅଭିନେତ୍ରୀ ତୁନିଶା ଶର୍ମାଙ୍କ ମୃତ୍ୟୁ ମାମଲାରେ ଭାଲିଭ ପୋଲିସ ତାଙ୍କ ସହଅଭିନେତା ଶିଜାନ ଖାନଙ୍କୁ ଗିରଫ କରିଛି। ଆତ୍ମହତ୍ୟା ପାଇଁ ଉସୁକାଇବା ଅଭିଯୋଗରେ ପୋଲିସ ଶେଜାନଙ୍କ ବିରୋଧରେ ମାମଲା ରୁଜୁ କରିଛି। ଆଜି ତାଙ୍କୁ କୋର୍ଟରେ ହାଜର କରାଯିବ। ଗତକାଲି ମୁମ୍ବାଇରେ ଏକ ଟିଭି ସିରିଏଲର ଶୁଟିଂ ସେଟରେ ତୁନିଶା ଶର୍ମାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଟଏଲେଟରୁ ଉଦ୍ଧାର କରାଯାଇଥିଲା । ଏସିପି ଚନ୍ଦ୍ରକାନ୍ତ ଯାଦବ କହିଛନ୍ତି ଯେ ତୁନିଶାଙ ମା’ଙ୍କ ଅଭିଯୋଗ କ୍ରମେ ଶିଜାନ ଖାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।