ହିଜାବ ବିବାଦ: କର୍ଣ୍ଣାଟକରେ ଫେବୃଆରୀ ୧୬ ଯାଏଁ ବନ୍ଦ ରହିବ କଲେଜ୍ | News Room Odisha

ହିଜାବ ବିବାଦ: କର୍ଣ୍ଣାଟକରେ ଫେବୃଆରୀ ୧୬ ଯାଏଁ ବନ୍ଦ ରହିବ କଲେଜ୍

ବେଙ୍ଗାଲୁରୁ: କର୍ଣ୍ଣାଟକରେ ହିଜାବ ବିବାଦ ତେଜୁଥିବାରୁ ରାଜ୍ୟ ସରକାର ସମସ୍ତ କଲେଜ୍ ଫେବୃଆରୀ ୧୬ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାଛଡ଼ା ବୈଷୟିକ ଶିକ୍ଷା ଅଧୀନରେ ଥିବା କଲେଜଗୁଡ଼ିକ ମଧ୍ୟ ବୁଧବାର ପର୍ଯ୍ୟନ୍ତ ବନ୍ଦ ରହିବ | ତେବେ ଏପର୍ଯ୍ୟନ୍ତ ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀ ବିଷୟରେ ସରକାର କୌଣସି ସ୍ପଷ୍ଟ ଆଦେଶ ଦେଇନାହାଁନ୍ତି।

ଅନ୍ୟପକ୍ଷରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସରକାର ସ୍କୁଲ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଥମରୁ ରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ୍ ସୋମବାର ଠାରୁ ଖୋଲିବ | ଉଲ୍ଲେଖଯୋଗ୍ୟ ଯେ କର୍ଣ୍ଣାଟକ ହାଇକୋର୍ଟ ଏହି ମାମଲାରେ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଦେଇଛନ୍ତି। ଏହା ଅଧୀନରେ ତୁରନ୍ତ ସ୍କୁଲ୍ ଖୋଲିବା ସହିତ ଧାର୍ମିକ ପୋଷାକ ପିନ୍ଧିବା ଉପରେ ନିଷେଧାଦେଶ ଜାରି କରାଯାଇଥିଲା।

କର୍ଣ୍ଣାଟକ ହାଇକୋର୍ଟରେ ହିଜାବ ବିବାଦ ମାମଲାର ଶୁଣାଣି ଚାଲିଛି। କିଛି ଛାତ୍ରୀଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନ ପରେ ଏହି ଶୁଣାଣି ଚାଲିଛି। ପ୍ରଧାନ ବିଚାରପତି ରିତୁରାଜ ଅଓ୍ବସ୍ତିଙ୍କ ଜଣିକିଆ ଖଣ୍ଡପୀଠରୁ ଏହି ମାମଲା ବୃହତ ଖଣ୍ଡପୀଠକୁ ପଠାଯାଇଛି । ପ୍ରଧାନ ବିଚାରପତି ରିତୁରାଜ ଅଓ୍ବସ୍ତି ସ୍କୁଲ-କଲେଜ ଖୋଲିବା ପାଇଁ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଦେଇଛନ୍ତି। ଏହାଛଡ଼ା ଏହି ମାମଲାର ଚୂଡ଼ାନ୍ତ ରାୟ ଆସିବା ପର୍ଯ୍ୟନ୍ତ ଧାର୍ମିକ ପୋଷାକ ଉପରେ ରୋକ୍ ଲଗାଇଛନ୍ତି କୋର୍ଟ।