ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କୁ ହୃଦଘାତ, ହସ୍ପିଟାଲରେ ଭର୍ତ୍ତି | News Room Odisha

ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କୁ ହୃଦଘାତ, ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ପ୍ରସିଦ୍ଧ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ ହଠାତ୍ ଅସୁସ୍ଥ ହୋଇପଡିଛନ୍ତି । ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି। ରାଜୁ ହୃଦଘାତର ଶିକାର ହୋଇଥିବା ତାଙ୍କ ଭାଇ ଓ ପିଆରଓ ସୂଚନା ଦେଇଛନ୍ତି |

ରାଜୁ ଶ୍ରୀବାସ୍ତବ ହୋଟେଲ ଜିମରେ ଓ୍ବାର୍କଆଉଟ୍ କରୁଥିବାବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ଓ ତଳେ ପଡ଼ିଯାଇଥିଲେ। ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ରାଜୁଙ୍କ ପିଆରଓ ଅଜିତ କହିଛନ୍ତି ଯେ କିଛି ବଡ଼ ନେତାଙ୍କୁ ଭେଟିବା ପାଇଁ ହାସ୍ୟ ଅଭିନେତା ଦିଲ୍ଲୀରେ ଥିଲେ। ସକାଳେ ଜିମ୍ ଯାଇ ବ୍ୟାୟାମ କରିବାବେଳେ ତାଙ୍କୁ ହୃଦଘାତ ହୋଇଥିଲା। ସେ କହିଛନ୍ତି ଯେ ରାଜୁ ଶ୍ରୀବାସ୍ତବଙ୍କ ଚେତା ଏବେ ଫେରି ଆସିଛି। ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସୁଛି। ଏହି ହାସ୍ୟ ଅଭିନେତାଙ୍କର ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା କରିବାକୁ ସେ ତାଙ୍କର ପ୍ରଶଂସକ ମାନଙ୍କୁ ଅନୁରୋଧ କରିଛନ୍ତି |