ପୁଣି ମହଙ୍ଗା ହେଲା ଏଲପିଜି, ସିଲିଣ୍ଡର ପିଛା ୧୦୨ ଟଙ୍କା ବୃଦ୍ଧି | News Room Odisha

ପୁଣି ମହଙ୍ଗା ହେଲା ଏଲପିଜି, ସିଲିଣ୍ଡର ପିଛା ୧୦୨ ଟଙ୍କା ବୃଦ୍ଧି

ନୂଆଦିଲ୍ଲୀ: ମାସ ଆରମ୍ଭରୁ ପୁଣି ଏଲପିଜି ଦର ବଢ଼ିଛି । ତେବେ ଏହି ଦର ବୃଦ୍ଧି କମର୍ସିଆଲ ଏଲପିଜି ସିଲିଣ୍ଡର ପାଇଁ ଲାଗୁ ହୋଇଛି । ୧୯ କିଲୋଗ୍ରାମ କମର୍ସିଆଲ ସିଲିଣ୍ଡରର ଦର ୧୦୨.୫୦ ଟଙ୍କା ବୃଦ୍ଧି ହୋଇଛି | ଦର‌ବୃଦ୍ଧି ପରେ ଦିଲ୍ଲୀରେ ଏବେ କମର୍ସିଆଲ ଗ୍ୟାସ ସିଲିଣ୍ଡର ୨୩୫୫.୫୦ ଟଙ୍କା ହୋଇଛି, ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ୨୨୫୩ ଟଙ୍କାରେ ମିଳୁଥିଲା |

କ୍ରମାଗତ ଦ୍ବିତୀୟ ମାସ ଧରି କମର୍ସିଆଲ ଏଲପିଜି ସିଲିଣ୍ଡରର ଦର ବୃଦ୍ଧି କରାଯାଇଛି। ଏପ୍ରିଲରେ ମଧ୍ୟ କମର୍ସିଆଲ ଏଲପିଜି ସିଲିଣ୍ଡରର ମୂଲ୍ୟ ୨୫୦ ଟଙ୍କା ବଢିଥିଲା।