ତାମିଲନାଡୁରେ ଆଜି ପୂର୍ଣ୍ଣ ଲକଡାଉନ୍, ଜରୁରୀ ସେବା ବ୍ୟତୀତ ସବୁ ବନ୍ଦ | News Room Odisha

ତାମିଲନାଡୁରେ ଆଜି ପୂର୍ଣ୍ଣ ଲକଡାଉନ୍, ଜରୁରୀ ସେବା ବ୍ୟତୀତ ସବୁ ବନ୍ଦ

ଚେନ୍ନାଇ: କରୋନାର ସଂକ୍ରମଣ ବଢୁଥିବାରୁ ଆଜି ତାମିଲନାଡୁରେ ସମ୍ପୂର୍ଣ୍ଣ ଲକଡାଉନ୍ ଲାଗୁ କରାଯାଇଛି। ତାମିଲନାଡୁ ସରକାର ସପ୍ତାହରେ ଥରେ ପ୍ରତି ରବିବାର ସମ୍ପୂର୍ଣ୍ଣ ଲକଡାଉନ୍ ଲଗାଇବାକୁ ଘୋଷଣା କରିଛନ୍ତି। ଏହି ସମୟରେ ସ୍କୁଲ-କଲେଜ୍, କାର୍ଯ୍ୟାଳୟ, ବଜାର, ମଲ୍, ସ୍ପା, ଜିମ୍ ସବୁ ବନ୍ଦ ରହିବ | ତେବେ ଅତ୍ୟାବଶ୍ୟକ ସେବାକୁ ଅନୁମତି ଦିଆଯାଇଛି |

ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଜାନୁଆରୀ
୫ରେ ଘୋଷଣା କରିଥିଲେ ଯେ ଜାନୁଆରୀ ୬ ରୁ କରୋନା ମାମଲା ବୃଦ୍ଧି ଦୃଷ୍ଟିରୁ ରାତି ୧୦ ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଲାଗୁ ହେବ। ଏହା ସହିତ ରବିବାର ଦିନ ସମ୍ପୂର୍ଣ୍ଣ ଲକଡାଉନ୍ ଲଗାଯିବ | ରବିବାର ଦିନ ସମ୍ପୂର୍ଣ୍ଣ ଲକଡାଉନ୍ ସମୟରେ ମେଡିକାଲ ଷ୍ଟୋର, ଦୁଗ୍ଧ କେନ୍ଦ୍ର, ଖବରକାଗଜ, ପେଟ୍ରୋଲ ପମ୍ପ, ଏଟିଏମ, ମାଲ ପରିବହନ ଭଳି ଜରୁରୀ ସେବାକୁ ଅନୁମତି ମିଳିବ | ଲକଡାଉନ୍ ସମୟରେ ଇ-ବାଣିଜ୍ୟ ସେବା ବି ବନ୍ଦ ରହିବ । ରେଷ୍ଟୁରାଣ୍ଟଗୁଡିକ ସକାଳ ୭ ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଖାଦ୍ୟ ବିତରଣ ଏବଂ ଟେକ୍ ଆଓ୍ବେ ସେବା ଯୋଗାଇବାକୁ ଅନୁମତି ଦିଆଯାଇଛି |

ତାମିଲନାଡୁରେ ଦିନକରେ କୋଭିଡର ୧୦,୯୭୮ ନୂଆ ମାମଲା ଆସିବା ସହିତ ରାଜ୍ୟରେ ମୋଟ ସଂକ୍ରମିତ ଲୋକଙ୍କ ସଂଖ୍ୟା ୨୭ ଲକ୍ଷ ୮୭ ହଜାର ୩୯୧ କୁ ବୃଦ୍ଧି ପାଇଛି।