କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ, ଖଡ଼ଗେଙ୍କ ପୁଅକୁ ଟିକେଟ୍ | News Room Odisha

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ, ଖଡ଼ଗେଙ୍କ ପୁଅକୁ ଟିକେଟ୍

ବେଙ୍ଗାଲୁରୁ: କର୍ଣ୍ଣାଟକରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଏହାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି।

ରାଜ୍ୟର ମୋଟ ୨୨୪ଟି ଆସନ ମଧ୍ୟରୁ ୧୨୪ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ପ୍ରଥମ ତାଲିକାରେ ଘୋଷଣା କରାଯାଇଛି। କଂଗ୍ରେସ ଏହାର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଏହି ପ୍ରାର୍ଥୀ ତାଲିକା ସେୟାର କରିଛି ।

ଏହି ତାଲିକାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା, ରାଜ୍ୟ ସଭାପତି ଡି.କେ ଶିବକୁମାର ଏବଂ କଂଗ୍ରେସର ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ପୁଅ ପ୍ରିୟାଙ୍କ ଖଡଗେଙ୍କ ନାମ ରହିଛି।

ସିଦ୍ଧରମୈୟା ବରୁଣାରୁ ନିର୍ବାଚନ ଲଢ଼ିବେ ‌। କନକପୁରାରୁ ଶିବକୁମାର ଏବଂ ଚିତ୍ରପୁର ସଂରକ୍ଷିତ ଆସନରୁ ଖଡ଼ଗେଙ୍କ ପୁଅ ପ୍ରିୟାଙ୍କ ଖଡ଼ଗେ ଭାଗ୍ୟ ପରୀକ୍ଷା କରିବେ।

କର୍ଣ୍ଣାଟକ ବିଧାନସଭାର କାର୍ଯ୍ୟକାଳ ମେ ୧୫ରେ ଶେଷ ହେବ। ଆସନ୍ତା କିଛି ଦିନ ମଧ୍ୟରେ ନିର୍ବାଚନ ତାରିଖ ଘୋଷଣା କରାଯିବା ସମ୍ଭାବନା ରହିଛି ।