ପଞ୍ଜାବ ବିଧାନସଭା ନିର୍ବାଚନ: ୮୬ ପ୍ରାର୍ଥୀଙ୍କ ତାଲିକା ଘୋଷଣା କଲା କଂଗ୍ରେସ, ଚାମକୌର ସାହିବରୁ ଚନ୍ନି, ଅମୃତସର ପୂର୍ବରୁ ଲଢ଼ିବେ ସିଦ୍ଧୁ | News Room Odisha

ପଞ୍ଜାବ ବିଧାନସଭା ନିର୍ବାଚନ: ୮୬ ପ୍ରାର୍ଥୀଙ୍କ ତାଲିକା ଘୋଷଣା କଲା କଂଗ୍ରେସ, ଚାମକୌର ସାହିବରୁ ଚନ୍ନି, ଅମୃତସର ପୂର୍ବରୁ ଲଢ଼ିବେ ସିଦ୍ଧୁ

ଚଣ୍ଡିଗଡ଼: ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ସବୁ ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଆଜି ଶାସକ କଂଗ୍ରେସ ନିଜର ୮୬ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛି। ବଡ଼ କଥା ହେଉଛି ଚାମକୌର ସାହିବରୁ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ଏବଂ ଅମୃତସର ପୂର୍ବରୁ ନବଜୋତ ସିଂ ସିଦ୍ଧୁ ନିର୍ବାଚନ ଲଢ଼ିବେ। ସୋନୁ ସୁଦଙ୍କ ଭଉଣୀ ମାଳବିକା ସୁଦ୍ ମୋଗାରୁ ପ୍ରତିଦ୍ୱନ୍ଦ୍ୱିତା କରିବେ | କାଦିଆନରୁ ପ୍ରତାପ ସିଂ ବାଜୱା ଏବଂ ମାନସା ଆସନରୁ ଗାୟକ ସିଦ୍ଧୁ ମୁସେୱାଲା ସିଟ୍ ରୁ ପ୍ରତିଦ୍ୱନ୍ଦ୍ୱିତା କରିବେ।

କଂଗ୍ରେସ ସୁଜନପୁରରୁ ନରେଶ ପୁରୀ, ପଠାନକୋଟରୁ ଅମିତ ବିଜ, ଗୁରୁଦାସପୁରର ବରିନ୍ଦରଜିତ ସିଂ ପହରାଙ୍କୁ ପ୍ରାର୍ଥୀ କରିଛି। ଅରୁଣା ଚୌଧୁରୀ ଦିନା ନାଗରରୁ ପ୍ରତିଦ୍ୱନ୍ଦ୍ୱିତା କରିବେ।