ରାହୁଲ ଗାନ୍ଧୀଙ୍କ ଉପରେ ଆପତ୍ତିଜନକ ଟ୍ୱିଟ୍, ବିଜେପି ଆଇଟି ସେଲ୍ ମୁଖ୍ୟଙ୍କ ବିରୋଧରେ କଂଗ୍ରେସର ଏତଲା | News Room Odisha

ରାହୁଲ ଗାନ୍ଧୀଙ୍କ ଉପରେ ଆପତ୍ତିଜନକ ଟ୍ୱିଟ୍, ବିଜେପି ଆଇଟି ସେଲ୍ ମୁଖ୍ୟଙ୍କ ବିରୋଧରେ କଂଗ୍ରେସର ଏତଲା

ବେଙ୍ଗାଲୁରୁ: ରାହୁଲ ଗାନ୍ଧୀଙ୍କ ବିରୋଧରେ ଆପତ୍ତିଜନକ ଟ୍ୱିଟ୍ ଅଭିଯୋଗରେ ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବୀୟଙ୍କ ବିରୋଧରେ କଂଗ୍ରେସ ଏତଲା ଦେଇଛି। କଂଗ୍ରେସ ନେତା କେ ରମେଶ ବାବୁଙ୍କ ଅଭିଯୋଗ କ୍ରମେ ବେଙ୍ଗାଲୁରୁର ହାଇ ଗ୍ରାଉଣ୍ଡ ପୋଲିସ ଥାନାରେ ମାଲବୀୟଙ୍କ ବିରୋଧରେ ଏହି ମାମଲା ରୁଜୁ ହୋଇଛି।

ମାଲବୀୟଙ୍କ ବିରୋଧରେ ଆଇପିସି ଧାରା ୧୫୩ଏ, ୧୨୦ବି, ୫୦୫ (୨), ୩୪ ଅନୁଯାୟୀ ଏଫ୍ଆଇଆର୍ ରୁଜୁ ହୋଇଛି।

ମାଲବୀୟ ଏକ ଟ୍ବିଟରେ ରାହୁଲଙ୍କୁ ହିନ୍ଦୁ ସଂସ୍କୃତି ଏବଂ ଭାରତ ବିରୋଧୀ ବୋଲି କହିଥିଲେ । ଏହାଛଡ଼ା ଏହି ବିଜେପି ନେତା, ରାହୁଲ ଗାନ୍ଧୀଙ୍କ ଏ ନକଲି ଭିଡ଼ିଓ ସେୟାର କରିଥିବା ଅଭିଯୋଗ କରିଥିଲା କଂଗ୍ରେସ ।

ମାଲବୀୟଙ୍କ ବିରୋଧରେ କଂଗ୍ରେସ ନେତା କେ ରମେଶ ବାବୁ ଦେଇଥିବା ଅଭିଯୋଗରେ କୁହାଯାଇଛି, “ମାଲବୀୟ ଏକ ଟ୍ବିଟରେ ରାହୁଲ ଗାନ୍ଧୀଙ୍କ ଭାଷଣକୁ ଜାଣିଶୁଣି ସମ୍ପାଦିତ କରିଥିଲେ । ରାହୁଲ ସମାଜକୁ ବିଭାଜନ କରିବାକୁ ଚାହୁଁଛନ୍ତି ଏବଂ ସମାଜରେ ଘୃଣା ପ୍ରସାର କରିବାକୁ ଚାହୁଁଛନ୍ତି ବୋଲି ମାଲବୀୟ ମିଥ୍ୟା ଅଭିଯୋଗ କରିଥିଲେ । ଏହା ରାହୁଲ ଗାନ୍ଧୀ ଏବଂ ଭାରତୀୟ ଜାତୀୟ କଂଗ୍ରେସର ଛବି ଖରାପ କରିଛି ଓ ସେମାନଙ୍କ ସମ୍ମାନ ହାନି ହୋଇଛି।