କଂଗ୍ରେସ ଗଠନ କଲା ନିର୍ବାଚନ କମିଟି, ସୋନିଆ ଓ ରାହୁଲଙ୍କ ସହ ୧୬ ନେତା ସାମିଲ | News Room Odisha

କଂଗ୍ରେସ ଗଠନ କଲା ନିର୍ବାଚନ କମିଟି, ସୋନିଆ ଓ ରାହୁଲଙ୍କ ସହ ୧୬ ନେତା ସାମିଲ

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ଏବଂ କିଛି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରସ୍ତୁତିକୁ ଜୋରଦାର କରିଛି। ଏହି କ୍ରମରେ କଂଗ୍ରେସ ସୋମବାର ନିଜର କେନ୍ଦ୍ରୀୟ ନିର୍ବାଚନ କମିଟି ଘୋଷଣା କରିଛି। ଏହି କମିଟିରେ ୧୬ ନେତାଙ୍କ ନାମ ରହିଛି |

କଂଗ୍ରେସ ଜାତୀୟ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ବ୍ୟତୀତ ଦଳର ଏହି ନିର୍ବାଚନ କମିଟିରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ଅମ୍ବିକା ସୋନି, ଅଧୀର ରଞ୍ଜନ ଚୌଧୁରୀ, ସଲମାନ ଖୁର୍ସିଦ, ମଧୁସୂଦନ ମିସ୍ତ୍ରୀ, ଏନ୍ ଉତ୍ତମ କୁମାର ରେଡ୍ଡୀ, ଟି.ଏସ୍ ସିଂହଦେଓ, କେଜେ ଜିଓଗ୍ରେ, ପ୍ରୀତମ ସିଂ, ମହମ୍ମଦ ଜାଭେଦ୍, ଆମି ୟାଗନିକ, ପିଏଲ ପୁନିଆ, ଓମକାର ମାର୍କାମ ଏବଂ କେସି ବେଣୁଗୋପାଲ ରହିଛନ୍ତି ।

କଂଗ୍ରେସ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ଏକ ପ୍ରମୁଖ ସଦସ୍ୟ। ୩୧ ଅଗଷ୍ଟରୁ ୧ ସେପ୍ଟେମ୍ବର ପର୍ଯ୍ୟନ୍ତ ମୁମ୍ବାଇରେ ଅନୁଷ୍ଠିତ ‘ଇଣ୍ଡିଆ’ ମେଣ୍ଟର ବୈଠକରେ ଏକାଠି ନିର୍ବାଚନ ଲଢିବାକୁ ନିଷ୍ପତ୍ତି ହୋଇଥିଲା ।