କର୍ଣ୍ଣାଟକ ବିଧାନସଭା ନିର୍ବାଚନ: ବିଜେପିକୁ ପଛରେ ପକାଇଲା କଂଗ୍ରେସ | News Room Odisha

କର୍ଣ୍ଣାଟକ ବିଧାନସଭା ନିର୍ବାଚନ: ବିଜେପିକୁ ପଛରେ ପକାଇଲା କଂଗ୍ରେସ

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଭୋଟ ଗଣତି ଜାରି ରହିଛି । ସଦ୍ୟତମ ଧାରା ଅନୁଯାୟୀ ବିଜେପିକୁ ପଛରେ ପକାଇ ମ୍ୟାଜିକ୍ ନମ୍ବର ଟପିଛି କଂଗ୍ରେସ।

ସଦ୍ୟତମ ଧାରା ଅନୁଯାୟୀ, କଂଗ୍ରେସ ୧୧୬ଟି ଆସନରେ ଆଗୁଆ ରହିଛି । ବିଜେପି ପଛରେ ପଡିଯାଇଛି । ବର୍ତ୍ତମାନ ସୁଦ୍ଧା ମାତ୍ର ୭୭ଟି ଆସନରେ ଅଗ୍ରଣୀ ରହିଛି ବିଜେପି । ଏଚଡି କୁମାରସ୍ୱାମୀଙ୍କ ଜେଡିଏସ୍ ୨୬ଟି ସିଟରେ ଆଗୁଆ ରହିଛି। ୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭାରେ ସରକାର ଗଢ଼ିବାକୁ ମ୍ୟାଜିକ୍ ନମ୍ବର ହେଉଛି ୧୧୩ । ଯଦି ଏହି ଧାରା ଜାରି ରୁହେ ତେବେ କଂଗ୍ରେସ କ୍ଷମତାକୁ ଫେରିବ।