ନୁହ ହିଂସା ମାମଲାରେ କଂଗ୍ରେସ ବିଧାୟକ ମାମନ ଖାନ୍ ଗିରଫ | News Room Odisha

ନୁହ ହିଂସା ମାମଲାରେ କଂଗ୍ରେସ ବିଧାୟକ ମାମନ ଖାନ୍ ଗିରଫ

ଗୁରୁଗ୍ରାମ: ନୁହ ହିଂସା ମାମଲାରେ ହରିୟାଣା ପୋଲିସ କଂଗ୍ରେସ ବିଧାୟକ ମାମନ ଖାନଙ୍କୁ ଗିରଫ କରିଛି। ହରିୟାଣା ପୋଲିସ ଶୁକ୍ରବାର ଏହି ସୂଚନା ଦେଇଛି।

କଂଗ୍ରେସ ବିଧାୟକ ମାମନ ଖାନଙ୍କୁ ନୁହ ହିଂସା ମାମଲାରେ ଦାଖଲ ଏତଲାରେ ଅଭିଯୁକ୍ତ କରାଯାଇଛି ବୋଲି ହରିୟାଣା ସରକାର ଗୁରୁବାର ହାଇକୋର୍ଟଙ୍କୁ କହିଥିଲେ । ଏହା ପରେ ଫିରୋଜପୁର ଜିରକାରୁ ମାମନ ଖାନଙ୍କୁ ଗୁରୁବାର ବିଳମ୍ବିତ ରାତିରେ ଗିରଫ କରାଯାଇଥିଲା।

ଜୁଲାଇ ୩୧ରେ ହରିୟାଣାର ନୁହରେ ବିଶ୍ୱ ହିନ୍ଦୁ ପରିଷଦର ଜଳାଭିଷେକ ଯାତ୍ରା ସମୟରେ ହିଂସା ଘଟିଥିଲା । ପରବର୍ତ୍ତୀ ସମୟରେ ଗୁରୁଗ୍ରାମ, ସୋହନା ଏବଂ ଏହାର ଆଖପାଖ ଅଞ୍ଚଳକୁ ହିଂସା ବ୍ୟାପିଥିଲା । ଏହି ହିଂସାରେ ୬ ଜଣଙ୍କ ମୃତ୍ୟୁ ହୋଇଥିଲା ।