କର୍ଣ୍ଣାଟକ ନିର୍ବାଚନ: କଂଗ୍ରେସର ନିର୍ବାଚନୀ ଇସ୍ତାହାରରେ ମାଗଣା ବିଜୁଳି ସହ ମହିଳାଙ୍କୁ ୨୦୦୦ ଟଙ୍କା ମାସିକ ଭତ୍ତାର ପ୍ରତିଶ୍ରୁତି | News Room Odisha

କର୍ଣ୍ଣାଟକ ନିର୍ବାଚନ: କଂଗ୍ରେସର ନିର୍ବାଚନୀ ଇସ୍ତାହାରରେ ମାଗଣା ବିଜୁଳି ସହ ମହିଳାଙ୍କୁ ୨୦୦୦ ଟଙ୍କା ମାସିକ ଭତ୍ତାର ପ୍ରତିଶ୍ରୁତି

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ବିଜେପି ପରେ କଂଗ୍ରେସ ନିଜ ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛି। କ୍ଷମତାକୁ ଆସିଲେ ୨୦୦ ୟୁନିଟ୍ ମାଗଣା ବିଜୁଳି ପ୍ରଦାନ କରିବାକୁ ଦଳ ପ୍ରତିଶ୍ରୁତି ଦେଇଛି।

ଏହାଛଡ଼ା ପ୍ରତ୍ୟେକ ପରିବାରର ମହିଳା ମୁଖ୍ୟଙ୍କୁ ମାସକୁ ୨୦୦୦ ଟଙ୍କା ଭତ୍ତା ଦିଆଯିବ | ଏହି ରାଶି ‘ଗୃହଲକ୍ଷ୍ମୀ’ ଯୋଜନା ଅଧୀନରେ ଦିଆଯିବ ।

ଦୁଇ ବର୍ଷ ପାଇଁ ପ୍ରତ୍ୟେକ ବେକାର ଗ୍ରାଜୁଏଟ୍ ମାନଙ୍କୁ ଦଳ ମାସିକ ୩୦୦୦ ଟଙ୍କା ଦେବ। ଡିପ୍ଲୋମା ଯୁବକଙ୍କୁ ଦୁଇ ବର୍ଷ ପାଇଁ ପ୍ରତି ମାସରେ ୧୫୦୦ ଟଙ୍କା ବେକାରୀ ଭତ୍ତା ପ୍ରଦାନ କରିବାକୁ କଂଗ୍ରେସ ଘୋଷଣା କରିଛି |

ପ୍ରତ୍ୟେକ ବିପିଏଲ ପରିବାରକୁ ୧୦ କିଲୋ ମାଗଣା ଖାଦ୍ୟ ଶସ୍ୟ ଯୋଗାଇ ଦିଆଯିବ | କଂଗ୍ରେସ ନିଜ ଇସ୍ତାହାରରେ କହିଛି ଯେ ଯଦି ଦଳ ନିର୍ବାଚନରେ ଜିତେ ତେବେ ମହିଳାମାନେ କେଏସଆରଟିସି କିମ୍ବା ବିଏମଟିସି ବସ୍‌ରେ ମାଗଣାରେ ଯାତ୍ରା କରିପାରିବେ।