ଚୀନରେ ପୁଣି କରୋନା ବେକାବୁ, ୨୭ଟି ସହରରେ ଲକଡାଉନ, ମାସକରେ ୩୦୦ରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ | News Room Odisha

ଚୀନରେ ପୁଣି କରୋନା ବେକାବୁ, ୨୭ଟି ସହରରେ ଲକଡାଉନ, ମାସକରେ ୩୦୦ରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ

ବେଜିଂ: ଚୀନରେ ପୁଣି ବେକାବୁ ହୋଇଛି କରୋନା । ସାରା ଦେଶରେ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପୁଛି । ସ୍ଥିତି ଏପରି ହୋଇଛି ଯେ ଚୀନର ୨୭ଟି ସହରରେ ଏବେ ଲକଡାଉନ ଲଗାଯାଇଛି । ବିଶେଷକରି ଦେଶର ବ୍ୟବସାୟିକ ସହର ସାଙ୍ଘାଇରେ ମହାମାରୀ ଉଗ୍ର ରୂପ ନେଇଛି । ଏଠାରେ ଏବେ ପ୍ରତିଦିନ ୧୦୦୦ରୁ ଊର୍ଦ୍ଧ୍ବ ମାମଲା ରେକର୍ଡ କରାଯାଉଛି। ଶୁକ୍ରବାର ପୂରା ଦେଶରେ ୨୦,୦୦୦ ମାମଲା ରିପୋର୍ଟ ହୋଇଛି । କରୋନାରେ ମାସକ ମଧ୍ୟରେ ୩୩୭ ଲୋକଙ୍କ ମୃତ୍ୟୁ ହୋଇଛି ।

ରାଜଧାନୀ ବେଜିଂରେ କୋରୋନା ଟେଷ୍ଟିଂ ବୃଦ୍ଧି କରାଯାଇଛି । ସ୍କୁଲଗୁଡିକୁ ବନ୍ଦ ରଖାଯାଇଛି ଏବଂ ସଂକ୍ରମଣର ଶୃଙ୍ଖଳ ଭାଙ୍ଗିବାକୁ କିଛି ଆବାସିକ ବିଲ୍ଡିଂରେ ଲକଡାଉନ ଲାଗୁ ହୋଇଛି । ସଂକ୍ରମଣ ବୃଦ୍ଧି ଯୋଗୁଁ ସାଂଘାଇରେ କଟକଣା କଡାକଡି କରାଯାଉଛି । ମାର୍ଚ୍ଚ ୧ ତାରିଖରୁ ଏବେସୁଦ୍ଧା ସାଂଘାଇରୁ ପ୍ରାୟ ୫ ଲକ୍ଷ ମାମଲା ରେକର୍ଡ ହୋଇଛି । ମହାମାରୀ ମଧ୍ୟରେ ଚୀନ ଏକ ଶୂନ୍ୟ କୋଭିଡ ରଣନୀତି ଆପଣାଇଛି । ଯାହା ଅନ୍ତର୍ଗତ ଲକଡାଉନ, ମାସ୍ ଟେଷ୍ଟିଂ, ସଂଗରୋଧ ଏବଂ ସୀମା ବନ୍ଦ ଆଦି ପଦକ୍ଷେପ ନିଆଯାଉଛି । ହେଲେ ସରକାରଙ୍କ ମହାମାରୀ ନିୟନ୍ତ୍ରଣ କ୍ଷମତା ଠାରୁ ବିଭିନ୍ନ ସହର ଓ ରାଜ୍ୟରେ ଓମିକ୍ରନ ସଂକ୍ରମଣ ମାତ୍ରା ଖୁବ୍ ଅଧିକ ରହିଛି ।