ଗଂଜାମରୁ କୋରୋନା ବିପଦ ସଂପୂଣ୍ଣ ର୍ ଟଳିନାହିଁ , କୋଭିଡ ନିୟମ ପାଳନ କରିବାକୁ ଲୋକଙ୍କୁ ଜିଲ୍ଲାପାଳଙ୍କ ନିବେଦନ | News Room Odisha

ଗଂଜାମରୁ କୋରୋନା ବିପଦ ସଂପୂଣ୍ଣ ର୍ ଟଳିନାହିଁ , କୋଭିଡ ନିୟମ ପାଳନ କରିବାକୁ ଲୋକଙ୍କୁ ଜିଲ୍ଲାପାଳଙ୍କ ନିବେଦନ

ବ୍ରହ୍ମପୁର – ଗଂଜାମ ଜିଲ୍ଲାରେ କୋରୋନା ସ୍ଥିତିରେ ଯଥେଷ୍ଟ ଉନ୍ନତି ଘଟିଥିଲେ ମଧ୍ୟ ଲୋକେ ଏବେ କିଛିଟା ଅମାନିଆ ହେବା ଆରମ୍ଭ କରିଥିବାରୁ ଜିଳାପାଳ ବିଜୟ ଅମୃତ କୁଲାଙ୍ଗେ ଉଦବେଗ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଲୋକଙ୍କ ସହଯୋଗ ଯୋଗୁଁ ଜିଲ୍ଲାରେ ସଂକ୍ରମଣ ହାର ହ୍ରାସ ପାଇଛି । ଏଥିପାଇଁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

କିନ୍ତୁ ଗତ କିଛି ଦିନ ଧରି ଲୋକେ କୋଭିଡ ନିୟମ ମାନୁ ନ ଥିବା ଦେଖାଯାଇଛି ବୋଲି ସେ କହିଛନ୍ତି । କିଛି ଲୋକେ ଏବେ ମାସ୍କ ପିନ୍ଧିବା ଭୁଲି ଯାଇଛନ୍ତି । ଅଟୋରିକସା, ବସରେ ଯାତ୍ରା ବେଳେ ଲୋକେ ମାସ୍କ ପିନ୍ଧୁ ନାହାନ୍ତି । ବଜାରକୁ ଗଲା ବେଳେ ମଧ୍ୟ ଲୋକେ ମାସ୍କ ପିନ୍ଧୁ ନ ଥିବା ଦେଖାଯାଇଛି ବୋଲି କହିଛନ୍ତି ଜିଲ୍ଲାପାଳ । ଦୋକାନୀମାନେ ମଧ୍ୟ ପଂଚସୂତ୍ରୀ ନିୟମ ପାଳନରେ ଟିକେ ହେଳା କରୁଥିବା ଦେଖାଯାଇଛି ବୋଲି କୁଲାଙ୍ଗେ କହିଛନ୍ତି । ଯଦି ଅବହେଳା କରାଯାଏ,ତାହା ହେଲେ ସଂକ୍ରମଣ ପୁଣି ଫେରିବ ବୋଲି ଜିଲ୍ଲାପାଳ କହିଛନ୍ତି । ସେ ସତର୍କ କରିଦେଇଛନ୍ତି ଯେ, ଗଂଜାମରୁ କୋରୋନା ବିପଦ ସଂପୂର୍ଣ୍ଣ ଭାବେ ଟଳିନାହିଁ । ଟୀକା ଆସିବା ଯାଏଁ ଆମକୁ ସାମାଜିକ ଦୂରତା ରଖିବା ସହ ମାସ୍କ ପିନ୍ଧିବା ଭଳି ସତର୍କତା ଅବଲମ୍ବନ କରିବାକୁ ପଡିବ ବୋଲି ଜିଲ୍ଲାପାଳ ନିବେଜନ କରିଛନ୍ତି ।

COVID-19Ganjam AdministrationGanjam Collector Vijay Amruta Kulange