ଦିନକରେ ଭାରତରେ ରେକର୍ଡ କୋରୋନା ପଜିିଟିଭ, ଚିହ୍ନଟ ହେଲେ ୯୦ ହଜାର ୬୩୩ ନୂଆ ରୋଗୀ, ୨୪ ଘଂଟାରେ ୧ ହଜାର ୬୫ ମୃତ | News Room Odisha

ଦିନକରେ ଭାରତରେ ରେକର୍ଡ କୋରୋନା ପଜିିଟିଭ, ଚିହ୍ନଟ ହେଲେ ୯୦ ହଜାର ୬୩୩ ନୂଆ ରୋଗୀ, ୨୪ ଘଂଟାରେ ୧ ହଜାର ୬୫ ମୃତ

ନୂଆଦିଲ୍ଲୀ- ଦେଶରେ ଦିନକୁ ଦିନ ବଢିଚାଲିଛି କୋରୋନା ସଂକ୍ରମଣ । ଦିନକରେ ଦେଶରେ ସର୍ବାଧିକ ୯୦ ହଜାର ୬୩୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏ ପର୍ଯ୍ୟନ୍ତ ଭାରତରେ ଏହା ହେଉଛି ଦିନକରେ ସର୍ବାଧିକ ସଂକ୍ରମଣ ସଂଖ୍ୟା । ଦେଶରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୧ ଲକ୍ଷ ୧୩ ହଜାର ୮୧୬କୁ ବୃଦ୍ଧି ପାଇଛି ।

ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୮ ଲକ୍ଷ ୬୨ ହଜାର ୩୨୦ । ଏ ଯାଏଁ ୩ ଲକ୍ଷ ୧୮ ହଜାର ୮୬୫ ରୋଗୀ କୋରୋନାରୁ ସୁସ୍ଥ ହୋଇଛନ୍ତି । ତେବେ, ମୃତ୍ୟୁ ସଂଖ୍ୟା ମଧ୍ୟ ଦିନକୁ ଦିନ ବଢିବାରେ ଲାଗିଛି । ଗତ ୨୪ ଘଂଟାରେ ୧ ହଜାର ୬୫ ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ମୋଟ ମୃୃତ୍ୟୁ ସଂଖ୍ୟା ୭୦ ହଜାର ୬୨୬କୁ ବୃଦ୍ଧି ପାଇଛି ।

COVID-19