ରାଜ୍ୟରେ ସୁସ୍ଥ ହେଲେ ଆଉ ୩ ହଜାର ୭୦୪ କୋରୋନା ରୋଗୀ, ଖୋର୍ଧାରୁ ସର୍ବାଧିକ ୭୯୬ | News Room Odisha

ରାଜ୍ୟରେ ସୁସ୍ଥ ହେଲେ ଆଉ ୩ ହଜାର ୭୦୪ କୋରୋନା ରୋଗୀ, ଖୋର୍ଧାରୁ ସର୍ବାଧିକ ୭୯୬

ଭୁବନେଶ୍ୱର- ରାଜ୍ୟରେ ଆଜି ଆଉ ୩ ହଜାର ୭୦୪ ଜଣ କୋରୋନା ରୋଗୀ ସୁସ୍ଥ ହୋଇଛନ୍ତି । ଫଳରେ ରାଜ୍ୟରେ ସୁସ୍ଥ ବ୍ୟକ୍ତିଙ୍କ ସଂଖା ଦେଢ ଲକ୍ଷ ପାଖାପାଖି ହୋଇଛି । ସୁସ୍ଥ ହୋଇଥିବା ମୋଟ ବ୍ୟକ୍ତିଙ୍କ ସଂଖ୍ୟା ଏବେ ୧ ଲକ୍ଷ ୪୯ ହଜାର ୩୭୯କୁ ବୃଦ୍ଧି ପାଇଛି । ଖୋର୍ଧାରୁ ସର୍ବାଧିକ ୭୯୬ , କଟକରୁ ୩୨୦, ପୁରୀରୁ ୨୫୬, ଝାରସୁଗୁଡାରୁ ୧୫୧, କେନ୍ଦ୍ରାପଡାରୁ ୧୪୭, ବଲାଙ୍ଗୀରରୁ ୧୩୬, ସୁନ୍ଦରଗଡରୁ ୧୩୬, ବରଗଡରୁ ୧୩୨, ମୟୂରଭଂଡରୁ ୧୨୦, ନବରଂଗପୁର ଜିଲ୍ଲାରୁ ୧୨୦ ସୁସ୍ଥ ହୋଇଛନ୍ତି । ଯାଜପୁରରୁ ୧୧୩ ଓ ସମ୍ବଲପୁର ଜିଲ୍ଲାରୁ ୧୧୧ ଜଣ ସୁସ୍ଥ ହୋଇଛନ୍ତି ।