କରୋନା ଅପଡେଟ୍: ଦିନକରେ ୩୧,୨୨୨ ନୂଆ ମାମଲା, ୨୯୦ ମୃତ | News Room Odisha

କରୋନା ଅପଡେଟ୍: ଦିନକରେ ୩୧,୨୨୨ ନୂଆ ମାମଲା, ୨୯୦ ମୃତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୩୧ ହଜାର ୨୨୨ ନୂଆ କରୋନା ମାମଲା ରିପୋର୍ଟ ହୋଇଛି। ଦିନକରେ ୨୯୦ ଜଣଙ୍କର ମୃତ୍ୟୁ ହୋଇଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ସଦ୍ୟତମ ତଥ୍ୟ ଅନୁଯାୟୀ, ଦେଶରେ ଗତ ୨୪ ଘଣ୍ଟାରେ ୪୨ ହଜାର ୯୪୨ ଲୋକ ସୁସ୍ଥ ହୋଇଛନ୍ତି | ଯାହା ପରେ ସୁସ୍ଥ ହୋଇଥିବା ମୋଟ ଲୋକଙ୍କ ସଂଖ୍ୟା ତିନି କୋଟି ୨୨ ଲକ୍ଷ ୨୪ ହଜାର ୯୩୭କୁ ବୃଦ୍ଧି ପାଇଛି | ଏଥି ସହିତ ବର୍ତ୍ତମାନ ସକ୍ରିୟ ମାମଲା ୩ ଲକ୍ଷ ୯୨ ହଜାର ୮୬୪କୁ ଖସି ଆସିଛି।

ତଥ୍ୟ ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ମୋଟ ୩ କୋଟି ୩୦ ଲକ୍ଷ ୫୮ ହଜାର ୮୪୩ କରୋନା ମାମଲା ରୁଜୁ ହୋଇଛି। ସେଥିମଧ୍ୟରୁ ୪ ଲକ୍ଷ ୪୧ ହଜାର ୪୨ ଲୋକଙ୍କ ମୃତ୍ୟୁ ହୋଇଛି ।
ଗତ ୨୪ ଘଣ୍ଟାରେ ଦେଶରେ ଏକ କୋଟି ୧୩ ଲକ୍ଷ ୫୩ ହଜାର ୫୭୧ ଡୋଜ କରୋନା ଟିକା ଦିଆଯାଇଛି। ଯାହା ପରେ ଟୀକାକରଣର ମୋଟ ସଂଖ୍ୟା ୬୯ କୋଟି ୯୦ ଲକ୍ଷ ୬୨ ହଜାର ୭୭୬ରେ ପହଞ୍ଚିଛି। ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) କହିଛି ଯେ ଗତକାଲି ଭାରତରେ କରୋନା ପାଇଁ ୧୫ ଲକ୍ଷ ୨୬ ହଜାର ୫୬ ନମୁନା ପରୀକ୍ଷା କରାଯାଇଥିଲା, ଯାହା ପରେ ଏଯାବତ ମୋଟ ୫୩ କୋଟି ୩୧ ଲକ୍ଷ ୮୯ ହଜାର ୩୪୮ ନମୁନା ପରୀକ୍ଷା କରାଯାଇଛି।