କରୋନା ଅପଡେଟ୍: ଦିନକରେ ୪୬,୭୫୯ ନୂଆ ମାମଲା, ୫୦୯ ମୃତ | News Room Odisha

କରୋନା ଅପଡେଟ୍: ଦିନକରେ ୪୬,୭୫୯ ନୂଆ ମାମଲା, ୫୦୯ ମୃତ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଊର୍ଦ୍ଧ୍ବ ମୁହାଁ ହେବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୬ ହଜାର ୭୫୯ ନୂଆ କରୋନା ମାମଲା ରୁଜୁ ହୋଇଛି। ଦିନକରେ ୫୦୯ ଜଣଙ୍କର ମୃତ୍ୟୁ ହୋଇଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ସଦ୍ୟତମ ତଥ୍ୟ ଅନୁଯାୟୀ, ଦେଶରେ ଗତ ୨୪ ଘଣ୍ଟାରେ ୩୧ ହଜାର ୩୭୪ ଲୋକ ସୁସ୍ଥ ହୋଇଛନ୍ତି | ଯାହା ପରେ ସୁସ୍ଥ ଲୋକଙ୍କ ମୋଟ ସଂଖ୍ୟା ତିନି କୋଟି ୧୮ ଲକ୍ଷ ୫୨ ହଜାର ୮୦୨କୁ ବୃଦ୍ଧି ପାଇଛି | ବର୍ତ୍ତମାନ ସକ୍ରିୟ ମାମଲା ତିନି ଲକ୍ଷ ୫୯ ହଜାର ୭୭୫କୁ ବୃଦ୍ଧି ପାଇଛି।
ତଥ୍ୟ ଅନୁଯାୟୀ ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ମୋଟ କରୋନା ମାମଲା ତିନି କୋଟି ୨୬ ଲକ୍ଷ ୪୯ ହଜାର ୯୪୭ରେ ପହଞ୍ଚିଛି। ସେଥିମଧ୍ୟରୁ ୪ ଲକ୍ଷ ୩୭ ହଜାର ୩୭୦ ଜଣଙ୍କର ମୃତ୍ୟୁ ହୋଇଛି।

ଗତ ୨୪ ଘଣ୍ଟାରେ ଦେଶରେ ରେକର୍ଡ ୯୦ ଲକ୍ଷରୁ ଅଧିକ ଡୋଜ କରୋନା ଟିକା ଦିଆଯାଇଛି। ଯାହା ପରେ ଟିକାକରଣର ମୋଟ ସଂଖ୍ୟା ୬୨ କୋଟି ୨୯ ଲକ୍ଷ ୮୯ ହଜାର ୧୩୪ରେ ପହଞ୍ଚିଛି। ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) କହିଛି ଯେ ଗତକାଲି ଭାରତରେ କରୋନା ପାଇଁ ୧୭ ଲକ୍ଷ ୬୧ ହଜାର ୧୧୦ ନମୁନା ପରୀକ୍ଷା କରାଯାଇଥିଲା। ଏ ପର୍ଯ୍ୟନ୍ତ ମୋଟ ୫୧ କୋଟି ୬୮ ଲକ୍ଷ ୮୭ ହଜାର ୬୦୨ ନମୁନା ପରୀକ୍ଷା କରାଯାଇଛି।