ଗଂଜାମରେ କୋରୋନା ମୁକ୍ତ ଲୋକଙ୍କ ସ୍ୱାସ୍ଥ୍ୟ ଯାଂଚ ଜାରି, ୨୮୭ ପ୍ଲାଜମା ଡୋନର ଚିହ୍ନଟ | News Room Odisha

ଗଂଜାମରେ କୋରୋନା ମୁକ୍ତ ଲୋକଙ୍କ ସ୍ୱାସ୍ଥ୍ୟ ଯାଂଚ ଜାରି, ୨୮୭ ପ୍ଲାଜମା ଡୋନର ଚିହ୍ନଟ

ବ୍ରହ୍ମପୁର : ଗଂଜାମ ଜିଲ୍ଲାରେ ସୁସ୍ଥ ହୋଇଥିବା କୋରୋନା ରୋଗାୀଙ୍କ ସ୍ୱାସ୍ଥ୍ୟ ଯାଂଚ ଜାରି ରହିଛି । ଏ ପଯ୍ୟ ର୍ନ୍ତ ଘର ଘର ବୁଲି ୬ ହଜାର ୧୨ଜଣଙ୍କର ସ୍ୱାସ୍ଥ୍ୟ ଯାଂଚ କରାଯାଇଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି ।

୨୩ ତାରିଖ ରବିବାର ୧ ହଜାର ୪୧୭ କୋରୋନା ମୁକ୍ତ ଲୋକଙ୍କ ସ୍ୱାସ୍ଥ୍ୟ ଯାଂଚ କରାଯାଇଥିଲା । ମିଳିଥିବା ସୂଚନା ଅନୁସାରେ ୩୭ ଜଣଙ୍କୁ କୋଭିଡ ପରବର୍ତୀ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଇଛି । ମୋଟ ୨୮୭ ପ୍ଲାଜମା ଡୋନରଙ୍କୁ ଚିହ୍ନଟ କରାଯାଇଛି । ଏହି ମାସ ୨୦ ତାରିଖରୁ ଗଂଜାମ ଜିଲ୍ଲା ପ୍ରଶାସନ ତରଫରୁ ସୁସ୍ଥ ହୋଇଥିବା କୋରୋନା ରୋଗୀଙ୍କ ସ୍ୱାସ୍ଥ୍ୟ ଯାଂଚ ଅଭ୍ୟିାନ ଆରମ୍ଭ କରାଯାଇଥିଲା ।

COVID-19Ganjam Administration