ଆପ୍ ନେତା ସଞ୍ଜୟ ସିଂହଙ୍କୁ ରାଜ୍ୟସଭା ସାଂସଦ ଭାବେ ଶପଥ ନେବାକୁ ମିଳିଲା ଅନୁମତି | News Room Odisha

ଆପ୍ ନେତା ସଞ୍ଜୟ ସିଂହଙ୍କୁ ରାଜ୍ୟସଭା ସାଂସଦ ଭାବେ ଶପଥ ନେବାକୁ ମିଳିଲା ଅନୁମତି

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି ନେତା ସଞ୍ଜୟ ସିଂହ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହେବା ପରେ ଦିଲ୍ଲୀର ଏକ କୋର୍ଟ ତାଙ୍କୁ ଶପଥ ଗ୍ରହଣ କରିବାକୁ ଅନୁମତି ଦେଇଛନ୍ତି। ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଜେଲରେ ଥିବା ସଞ୍ଜୟ ସିଂହ ଶପଥ ଗ୍ରହଣ ପାଇଁ କୋର୍ଟଙ୍କ ଅନୁମତି ମାଗିଥିଲେ।

ନୂଆଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ସଞ୍ଜୟ ସିଂହଙ୍କୁ ଫେବୃଆରୀ ୫ ତାରିଖ ଦିନ ସଂସଦକୁ ନେବାକୁ ଜେଲ୍ କର୍ତ୍ତୁପକ୍ଷଙ୍କୁ ଓନିର୍ଦ୍ଦେଶ ଦେଇଛନ୍ତି। ଏଥର ମଧ୍ୟ ଆମ୍ ଆଦମୀ ପାର୍ଟି ସଞ୍ଜୟ ସିଂହ ଏବଂ ଡି.ଏନ୍ ଗୁପ୍ତାଙ୍କୁ ପ୍ରାର୍ଥୀ କରିଛି। ଏହାଛଡ଼ା ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷ ସ୍ବାତି ମାଲିୱାଲ ମଧ୍ୟ ଆପ୍ ଟିକେଟରେ ରାଜ୍ୟସଭାକୁ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି । ମାଲିୱାଲ ପ୍ରଥମ ଥର ପାଇଁ ରାଜ୍ୟସଭା ଯାଇଛନ୍ତି। ସମ୍ପ୍ରତି ସଂସଦର ବଜେଟ୍ ଅଧିବେଶନ ଚାଲିଛି । ଏହା ଡିସେମ୍ବର ୩୧ରୁ ଆରମ୍ଭ ହୋଇଥିବା ବେଳ ଜାନୁୟାରୀ ୯ ପର୍ଯ୍ୟନ୍ତ ଚାଲିବ |