ଜ୍ଞାନବାପି ମସଜିଦ ବିବାଦ: ମେ ୨୬ରେ ପରବର୍ତ୍ତୀ ଶୁଣାଣି, ପ୍ରଥମେ ମସଜିଦ କମିଟି ପିଟିସନର ଶୁଣାଣି କରିବେ କୋର୍ଟ | News Room Odisha

ଜ୍ଞାନବାପି ମସଜିଦ ବିବାଦ: ମେ ୨୬ରେ ପରବର୍ତ୍ତୀ ଶୁଣାଣି, ପ୍ରଥମେ ମସଜିଦ କମିଟି ପିଟିସନର ଶୁଣାଣି କରିବେ କୋର୍ଟ

ବାରାଣସୀ: ମଙ୍ଗଳବାର ବାରାଣାସୀ ଜିଲ୍ଲା କୋର୍ଟରେ ଜ୍ଞାନବାପି ମସଜିଦ-ଶୃଙ୍ଗର ଗୌରୀ ବିବାଦର ଶୁଣାଣି ହୋଇଛି। ଜିଲ୍ଲା ଜଜ୍ ଅଜୟ କୁମାର ବିଶ୍ୱେଶ ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ମେ ୨୬କୁ ଦିନ ଧାର୍ଯ୍ୟ କରିଛନ୍ତି । କୋର୍ଟ ମେ ୨୬ରେ ପ୍ରଥମେ ମସଜିଦ କମିଟି ପକ୍ଷର ପିଟିସନର ଶୁଣାଣି କରିବେ। ମସଜିଦ ଭିତରେ ଭିଡ଼ିଓ ସର୍ଭେ କରିବା ନେଇ ମୁସଲିମ ପକ୍ଷ ବିରୋଧ କରିଥିଲେ । କମିଶନଙ୍କ ରିପୋର୍ଟ ଉରେ ଆପତ୍ତି ଅଭିଯୋଗ ନେଇ ଏକ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ କୋର୍ଟ ଉଭୟ ପକ୍ଷଙ୍କୁ କହିଛନ୍ତି।

ସେସନ୍ସ କୋର୍ଟରୁ ସ୍ଥାନାନ୍ତର ହେବା ପରେ ସୋମବାର ପ୍ରଥମ ଥର ବାରାଣସୀର ଜିଲ୍ଲା କୋର୍ଟରେ ଏହି ମାମଲାର ଶୁଣାଣି ହୋଇଥିଲା। ୮ ସପ୍ତାହ ମଧ୍ୟରେ ଶୁଣାଣି ଶେଷ କରିବାକୁ ସୁପ୍ରିମକୋର୍ଟ ଜିଲ୍ଲା କୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୋମବାର ଶୁଣାଣି ସମୟରେ ଉଭୟ ପକ୍ଷର ଓକିଲଙ୍କ ସମେତ ୨୩ ଜଣ ଲୋକ କୋର୍ଟ ପରିସରରେ ଉପସ୍ଥିତ ଥିଲେ। ୨୩ ଜଣଙ୍କ ମଧ୍ୟରୁ ୪ ଜଣ ଆବେଦନକାରୀ ମଧ୍ୟ କୋର୍ଟ ପରିସରରେ ଥିଲେ।