ଜ୍ଞାନବାପି ମସଜିଦ୍ ମାମଲା: ଶିବଲିଙ୍ଗର କାର୍ବନ ଡେଟିଂ ପାଇଁ ଆବେଦନ ଖାରଜ | News Room Odisha

ଜ୍ଞାନବାପି ମସଜିଦ୍ ମାମଲା: ଶିବଲିଙ୍ଗର କାର୍ବନ ଡେଟିଂ ପାଇଁ ଆବେଦନ ଖାରଜ

ବାରାଣସୀ: ଜ୍ଞାନବାପି ମସଜିଦ ପରିସରରେ ଥିବା କଥିତ ଶିବଲିଙ୍ଗର କାର୍ବନ ଡେଟିଂ ପାଇଁ ଆବେଦନକୁ ବାରାଣସୀ କୋର୍ଟ ଖାରଜ କରିଛନ୍ତି।

ଚାରିଜଣ ମହିଳା ସିଲ୍ ହୋଇଥିବା ବାଜୁଖାନା (ହାତ-ପାଦ ଧୋଇବା ସ୍ଥାନ)ର କାର୍ବନ ଡେଟିଂ କରିବାକୁ ଦାବି କରି ବାରାଣସୀ ଜିଲ୍ଲା ଜଜ୍ କୋର୍ଟରେ ଆବେଦନ କରିଥିଲେ ।

ବୈଜ୍ଞାନିକ ଯାଞ୍ଚ୍ ମାଧ୍ୟମରେ ଆବେଦନକାରୀମାନେ ଜାଣିବାକୁ ଚାହୁଁଥିଲେ ଯେ କଥିତ ଶିବଲିଙ୍ଗ କେତେ ଉଚ୍ଚ, କେତେ ପ୍ରଶସ୍ତ ଏବଂ କେତେ ଗଭୀର? ଏହାର ଯାଞ୍ଚ୍ ପରେ ଏହା ଏକ ଫୁଆରା କି ଶିବଲିଙ୍ଗ ତାହା ସ୍ପଷ୍ଟ ହେବ ବୋଲି ସେମାନେ ଯୁକ୍ତି ଦର୍ଶାଇଥିଲେ । ଅନ୍ୟପକ୍ଷରେ ମୁସଲମାନ ପକ୍ଷ ଏହି ଦାବିକୁ ବିରୋଧ କରିଥିଲେ।

ଏହି ମାମଲାରେ ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ କୋର୍ଟ ଗତ ସପ୍ତାହରେ ରାୟ ସଂରକ୍ଷିତ ରଖିଥିଲେ।

ଚଳିତ ବର୍ଷ ମେ ମାସରେ ଜ୍ଞାନବାପି ମସଜିଦ ଉପରେ ସର୍ଭେ କରାଯାଇଥିଲା । ହିନ୍ଦୁ ଦଳ ଦାବି କରିଥିଲା ଯେ ମସଜିଦର ବାଜୁଖାନା ମଝିରେ ଏକ ‘ଶିବଲିଙ୍ଗ’ ମିଳିଛି। ଏହା ପରେ ଏକ ନିମ୍ନ ଅଦାଲତ ଏହାକୁ ସିଲ୍ କରିବାକୁ ନିର୍ଦ୍ଦେଶ ଦେଇଥିଲେ।