୨ ରୁ ୧୮ ବର୍ଷ ବୟସର ପିଲାଙ୍କ ପାଇଁ 'କୋଭାକ୍ସିନ' ଟିକାର ଜରୁରୀ ବ୍ୟବହାର ଲାଗି ସୁପାରିସ | News Room Odisha

୨ ରୁ ୧୮ ବର୍ଷ ବୟସର ପିଲାଙ୍କ ପାଇଁ ‘କୋଭାକ୍ସିନ’ ଟିକାର ଜରୁରୀ ବ୍ୟବହାର ଲାଗି ସୁପାରିସ

ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ଦେଶରେ ପିଲାମାନଙ୍କ ପାଇଁ କରୋନା ଟିକା ଉପଲବ୍ଧ ହେବ | ୨ ରୁ ୧୮ ବର୍ଷ ବୟସର ପିଲାମାନଙ୍କ ପାଇଁ ଭାରତ ବାୟୋଟେକର ‘କୋଭାକ୍ସିନ’ ଟିକାର ଜରୁରୀ ବ୍ୟବହାର ପାଇଁ ସବଜେକ୍ଟ ଏକ୍ସପର୍ଟ କମିଟି (ଏସ୍ଇସି) ଭାରତୀୟ ଡ୍ରଗ୍ସ ନିୟନ୍ତ୍ରକ (ଡିସିଜିଆଇ)କୁ ସୁପାରିସ କରିଛି। ପିଲାମାନଙ୍କ ଟିକାକରଣ ପାଇଁ ଭାରତ ସରକାର ଶୀଘ୍ର ମାର୍ଗଦର୍ଶିକା ଜାରି କରିବେ। ସୂଚନାଯୋଗ୍ୟ ଯେ, କୋଭାକ୍ସିନ୍ ଟିକାକୁ ଭାରତ ବାୟୋଟେକ ଏବଂ ଆଇସିଏମଆର ଦ୍ୱାରା ମିଳିତ ଭାବରେ ପ୍ରସ୍ତୁତ କରାଯାଇଛି | କରୋନା ସଂକ୍ରମଣ ରୋକିବାରେ ଏହି ଟିକା ୭୮ ପ୍ରତିଶତ ପ୍ରଭାବୀ ବୋଲି କୁହାଯାଇଛି ।

କୋଭାକ୍ସିନ ହେଉଛି ଦ୍ବିତୀୟ କରୋନା ଟିକା ଯାହା ଭାରତରେ ପିଲାମାନଙ୍କ ପାଇଁ ସୁପାରିସ କରାଯାଇଛି । ଏହା ପୂର୍ବରୁ ଜାଏଡସ୍ କାଡିଲାର ତିନି ଡୋଜ୍ ଟିକାକୁ ମଞ୍ଜୁରି ମିଳିଥିଲା ‌‌।

ଭାରତ ସମେତ ଅନେକ ଦେଶ ପିଲାମାନଙ୍କ ପାଇଁ କରୋନା ଟିକା ଉପରେ କାମ କରୁଛନ୍ତି। ଆମେରିକା ହେଉଛି ପ୍ରଥମ ଦେଶ ଯେଉଁଠାରେ ୧୮ ବର୍ଷରୁ କମ୍ ବୟସର କିଶୋର ମାନଙ୍କୁ କରୋନା ଟିକା ଦିଆଯିବା ଆରମ୍ଭ ହୋଇଥିଲା। କେତେକ ବିଶେଷଜ୍ଞ କହିଥିଲେ ଯେ ଯଦି ଭାରତରେ କରୋନା ସଂକ୍ରମଣର ତୃତୀୟ ଲହର ଆସେ, ତେବେ ପିଲାମାନେ ଏଥିରେ ଅଧିକ ପ୍ରଭାବିତ ହେବେ। ଏଭଳି ସ୍ଥିତିରେ ପିଲାମାନଙ୍କ ଟୀକାକରଣର ଆବଶ୍ୟକତା ଅନୁଭବ କରାଯାଉଥିଲା। ତେବେ ବର୍ତ୍ତମାନ ଟିକା ଆସିବା ପରେ ପିଲାମାନେ ମଧ୍ୟ ଏହି ଘାତକ ରୋଗରୁ ରକ୍ଷା ପାଇପାରି ।