ଜୀବଜନ୍ତୁଙ୍କ ଦେହରେ ପରୀକ୍ଷଣ କରାଯାଇଥିବା କୋଭାକ୍ସିନ ସଫଳ ହୋଇଥିବା ଦାବି | News Room Odisha

ଜୀବଜନ୍ତୁଙ୍କ ଦେହରେ ପରୀକ୍ଷଣ କରାଯାଇଥିବା କୋଭାକ୍ସିନ ସଫଳ ହୋଇଥିବା ଦାବି

ନୂଆଦିଲ୍ଲୀ – କୋରୋନା ବିରୋଧୀ ଦେଶୀ ଟିକା ଜୀବଜନ୍ତୁଙ୍କ ଶରୀରରେ ପରୀକ୍ଷଣ ପରେ ଭଳ ଫଳ ଦେଉଛି । ଇଣ୍ଡିଆନ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ- ଆଇସିଏମଆର୍ ଏବଂ ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ ଟୀକା ମାଙ୍କଡ ଜାତୀୟ ପ୍ରାଣୀଙ୍କ ଶରୀରରେ ପରୀକ୍ଷଣ କରାଯାଇଛି ।

୨୦ଟି ମାଙ୍କଡଙ୍କୁ ୪ଟି ଗ୍ରୁପରେ ବିଭକ୍ତ କରାଯାଇ କୋଭାକ୍ସିନ ଟିକା ଦିଆଯାଇଥିଲା । ଗୋଟିଏ ଗ୍ରୁପ୍‌କୁ ପ୍ଲାସେବୋ ଦିଆଯାଇଥିବା ବେଳେ ଅନ୍ୟ ତିନିଟି ଗ୍ରୁପକୁ ଭିନ୍ନ ଭିନ୍ନ ଡୋଜ୍ ର ଟିକା ଦିଆଯାଇଥିଲା । ତୃତୀୟ ସପ୍ତାହ ବେଳକୁ ମାଙ୍କଡଗୁଡିକ ଦେହରେ ଯଥେଷ୍ଟ ମାତ୍ରାରେ ଆଂଟିବଡି ବୃଦ୍ଧି ପାଇଥିବା ନେଇ ଭାରତ ବାୟୋଟେକ୍ କହିଛି । କୋରୋନା ବିରୋଧରେ ସଫଳ ଟୀକା ପ୍ରସ୍ତୁତ ଦିଗରେ ଏହା ଏକ ଭଲ ସଂକେତ ବୋଲି କଂପାନି କହିଛି ।