ରାଜ୍ୟରେ ଆଉ ୩ ହଜାର ୯୯୬ ନୂଆ କୋରୋନା ସଂକ୍ରମିତ ଚିହ୍ନଟ, ଖୋର୍ଧା ଜିଲ୍ଲାରୁ ସର୍ବାଧିକ ୬୦୬ ଓ କଟକରୁ ୩୫୪, ୧୪ ଜଣଙ୍କ ମୃତ୍ୟୁ | News Room Odisha

ରାଜ୍ୟରେ ଆଉ ୩ ହଜାର ୯୯୬ ନୂଆ କୋରୋନା ସଂକ୍ରମିତ ଚିହ୍ନଟ, ଖୋର୍ଧା ଜିଲ୍ଲାରୁ ସର୍ବାଧିକ ୬୦୬ ଓ କଟକରୁ ୩୫୪, ୧୪ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର- ରାଜ୍ୟରେ ଆଉ ୩ ହଜାର ୯୯୬ ଜଣ କୋରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଦିନିକିଆ ସଂକ୍ରମଣ ସଂଖ୍ୟା ଦୃଷ୍ଟିରୁ ଏହା ସର୍ବାଧିକ । ଗତ ୨୪ ଘଂଟା ମଧ୍ୟରେ ଚିହ୍ନଟ ହୋଇଥିବା ରୋଗୀଙ୍କ ମଧ୍ୟରୁ ସଂଗରୋଧ କେନ୍ଦ୍ରରୁ ୨ ହଜାର ୩୫୯ ଓ ସ୍ଥାନୀୟ ଅଂଚଳରୁ ୧ ହଜାର ୬୩୭ ଜଣ ଅଛନ୍ତି । ଖୋର୍ଧାରୁ ସର୍ବାଧିକ ୬୦୬ ଜଣ ଚିହ୍ନଟ ହୋଇଥିବା ବେଳେ କଟକ ଜିଲ୍ଲାରୁ ୩୫୪, ପୁରୀରୁ ୨୭୯,ବାଲେଶ୍ୱରରୁ ୨୦୯, ମୟୂରଭଂଜରୁ ୧୬୦ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ଗଂଜାମ ଜିଲ୍ଲାରୁ ୮୯ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ଭଦ୍ରକରୁ ୧୧୨, ବଲାଙ୍ଗିରରୁ ୧୨୪, ଅନୁଗୁଳରୁ ୧୩୮, ନବରଂଗପୁରରୁ ୧୫୧, ଯାଜପୁରରୁ ୧୧୯ ଓ କେନ୍ଦ୍ରାପଡାରୁ ୧୩୦ ତିହ୍ନଟ ହୋଇଛନ୍ତି । ଜଗତସିଂହପୁରରୁ ୧୨୨, ନୂଆପଡାରୁ ୧୦୩ ,ରାୟଗଡାରୁ ୧୦୫ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ।

ଗତ୨୪ ଘଂଟାରେ ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ଏ ଯାଏଁ ମୋଟ ପଜିଟିଭ ସଂଖ୍ୟା ୧ ଲକ୍ଷ ୪୩ ହଜାର ୧୧୭ରେ ପହଂଚିଛି । ୧ ଲକ୍ଷ ୮ ହଜାର ୧ ଜଣ ସୁସ୍ଥ ହୋଇଥିବା ବେଳେ ୩୪ ହଜାର ୪୫୮ ଜଣ ଚିକିତ୍ସାଧୀନ ଅଛନ୍ତି ।

ରାଜ୍ୟରେ କୋରୋନାରେ ଗତ ୨୪ ଘଂଟାରେ ଆଉ ୧୪ ଜଣଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ କୋରୋନାଜନିତ ମୃତ୍ୟୁ ସଂଖ୍ୟା ୬୦୫କୁ ବୃଦ୍ଧି ହୋଇଛି ।