କରୋନା କଟକଣା ସେପ୍ଟେମ୍ବର ୩୦ ଯାଏଁ ବୃଦ୍ଧି, ପାର୍ବଣରେ ସତର୍କ ରହିବାକୁ ରାଜ୍ୟମାନଙ୍କୁ ନିର୍ଦ୍ଦେଶ | News Room Odisha

କରୋନା କଟକଣା ସେପ୍ଟେମ୍ବର ୩୦ ଯାଏଁ ବୃଦ୍ଧି, ପାର୍ବଣରେ ସତର୍କ ରହିବାକୁ ରାଜ୍ୟମାନଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ପାର୍ବଣ ଋତୁ ଓ ସମ୍ଭାବ୍ୟ ତୃତୀୟ ଲହର ବିପଦକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସେପ୍ଟେମ୍ବର ୩୦ ଯାଏଁ କରୋନା କଟକଣାକୁ ସେପ୍ଟେମ୍ବର ୩୦ ଯାଏଁ ବୃଦ୍ଧି କରିଛନ୍ତି ।

କରୋନା କଟକଣା ଉଲ୍ଲଂଘନ ହେଉଥିବାରୁ ସବୁ ରାଜ୍ୟମାନଙ୍କୁ କଟକଣା କଡ଼ାକଡ଼ି ଭାବେ ପାଳନ କରିବାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଛି । ଏହାଛଡ଼ା ଯେଉଁ ଅଞ୍ଚଳରେ ସଂକ୍ରମଣ କମ୍ ଅଛି, ସେଠାରେ ମଧ୍ୟ ମନିଟରିଂ ଜାରି ରହିବାକୁ କୁହାଯାଇଛି । କରୋନା ପ୍ରୋଟୋକଲ ସମ୍ବନ୍ଧରେ ଶନିବାର ଗୃହ ମନ୍ତ୍ରାଳୟ ନୂଆ ଗାଇଡ୍‌ଲାଇନ୍ ଜାରି କରିଛି ।

ଆଗକୁ ପାର୍ବଣ ଋତୁ ଥିବାରୁ ରାଜ୍ୟମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । କରୋନା ସଂକ୍ରମଣକୁ ରୋକିବା ପାଇଁ ସ୍ଥାନୀୟ ସ୍ତରରେ ରାଜ୍ୟ ସରକାର କଟକଣା ଲାଗୁ କରିପାରିବେ । ଦେଶବ୍ୟାପୀ କୋଭିଡ୍‌-୧୯ ଗାଇଡ୍‌ଲାଇନ୍ ର ଅନୁପାଳନ ଅବଧି ଆଉ ମାସେ ପାଇଁ ବୃଦ୍ଧି କରିବା ଦସହ କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା କହିଛନ୍ତି ଯେ, କିଛି ରାଜ୍ୟକୁ ଛାଡ଼ି ଜାତୀୟ ସ୍ତରରେ ସଂକ୍ରମଣ କମିଛି ।