ରାଜ୍ୟରେ କୋରୋନାକୁ ମାତ ଦେଲେ ଆଉ ୩ ହଜାର ୧୧୦ ରୋଗୀ , ଖୋର୍ଧା ଜିଲ୍ଲାରୁ ସର୍ବାଧିକ ୧୦୨୩ ସୁସ୍ଥ | News Room Odisha

ରାଜ୍ୟରେ କୋରୋନାକୁ ମାତ ଦେଲେ ଆଉ ୩ ହଜାର ୧୧୦ ରୋଗୀ , ଖୋର୍ଧା ଜିଲ୍ଲାରୁ ସର୍ବାଧିକ ୧୦୨୩ ସୁସ୍ଥ

ଭୁବନେଶ୍ୱର- ୨୪ ଘଂଟାରେ ରାଜ୍ୟରେ ସୁସ୍ଥ ହୋଇଛନ୍ତି ୩ ହଜାର ୧୧୦ ଜଣ କୋରୋନା ରୋଗୀ । ଏହାସହ ରାଜ୍ୟରେ ଏ ଯାଏଁ ମୋଟ ୧ ଲକ୍ଷ ୫ ହଜାର ୨୯୫ ଲୋକ କୋରୋନାକୁ ମାତ ଦେଇ ସୁସ୍ଥ ହେଲେଣି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ଖୋର୍ଧା ଜିଲ୍ଲାରୁ ସର୍ବାଧିକ ୧ ହଜାର ୨୩, ପୁରୀରୁ ୨୧୫ , କଟକରୁ ୨୦୨, ମୟୂରଭଂଜରୁ ୧୫୪, କେନ୍ଦ୍ରାପଡାରୁ ୧୩୧, ଢେଙ୍କାନାଳରୁ ୧୨୩, ବାଲେଶ୍ୱରରୁ ୧୦୩, ସମ୍ବଲପୁରରୁ ୧୦୨, ଯାଜପୁରରୁ ୧୦୦ ଓ ଗଂଜାମ ଜିଲ୍ଲାରୁ ୯୮ ଜଣ ସୁସ୍ଥ ହୋଇଛନ୍ତି ।