କୋଭିଡ ମୁକାବିଲା : ରାଜ୍ୟରେ ଏ ଯାଏଁ ୧୦୦୦ରୁ ଅଧିକ ରୋଗୀଙ୍କ ଦିଆଯାଇଛି ପ୍ଲାଜମା...ଡୋନରଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ | News Room Odisha

କୋଭିଡ ମୁକାବିଲା : ରାଜ୍ୟରେ ଏ ଯାଏଁ ୧୦୦୦ରୁ ଅଧିକ ରୋଗୀଙ୍କ ଦିଆଯାଇଛି ପ୍ଲାଜମା…ଡୋନରଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ରାଜ୍ୟରେ କୋରୋନା ମହାମାରୀର ମୁକାବିଲା ପାଇଁ ଗୁରୁତର ରୋଗୀଙ୍କୁ ପ୍ଲାଜମା ଥେରାପିର ବ୍ୟବସ୍ଥା କରାଯାଉଛି । ବର୍ତମାନ ପର୍ଯ୍ୟନ୍ତ ୧୦୦୦ରୁ ଅଧିକ ରୋଗୀଙ୍କୁ ପ୍ଲାଜମା ଦିଆଯାଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ଏ ଦିଗରେ ପ୍ଲାଜମା ଦାନ କରିଥିବା ଲୋକ ଓ ପ୍ଲାଜମା ଥେରାପି ଟିମକୁ କୃତଜ୍ଞତା ଜ୍ଞାପନ କରିଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ଜୁଲାଇରେ ପ୍ରଥମେ କଟକ ସ୍ଥିତ ଏସସିବି ମେଡିକାଲ୍ ଓ କଲେଜ ହଟପିଟାଲରେ ପ୍ଲାଜମା ଥେରାପି ବ୍ୟବସ୍ଥା ଆରମ୍ଭ କରାଯାଇଥିଲା । ପରେ ରାଜ୍ୟର ପ୍ରମୁଖ ହସପିଟାଲରେ ଏହି ଥେରାପି ବ୍ୟବସ୍ଥା ଆରମ୍ଭ କରାଯାଇଥିଲା ।

ରାଜ୍ୟରେ ୧୦୦୦ରୁ ଅଧିକ କୋରୋନା ରୋଗୀଙ୍କ ପ୍ଲାଜମା ଚିକିତ୍ସା ଦିଆଯାଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପ୍ଲାଜମା ଥେରାପି ଟିମକୁ ଅଭିନନ୍ଦନ ଜଣାଇଛନ୍ତି । ସେ ମଧ୍ୟ ପ୍ଲାଜମା ଡୋନରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।