ରାଜ୍ୟରେ ୨୪ ଘଂଟାରେ ୩ ହଜାର ୮୧୦ କୋରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଧାରୁ ୭୯୭, ବରଗଡ ଜିଲ୍ଲାରୁ ୩୯୬ ନୂଆ ରୋଗୀ, ଆଉ ୮ ଜଣଙ୍କ ମୃତ୍ୟୁ | News Room Odisha

ରାଜ୍ୟରେ ୨୪ ଘଂଟାରେ ୩ ହଜାର ୮୧୦ କୋରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଧାରୁ ୭୯୭, ବରଗଡ ଜିଲ୍ଲାରୁ ୩୯୬ ନୂଆ ରୋଗୀ, ଆଉ ୮ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର – ରାଜ୍ୟରୁ ଆଉ ୩ ହଜାର ୮୧୦ କୋରୋନା ରୋଗୀ ଗତ ୨୪ ଘଂଟାରେ ଚିହ୍ନଟ ହୋଇଛନ୍ତି । କ୍ୱାରେଂଟାଇନରୁ ୨ ହଜାର ୨୮୬ ଓ ସ୍ଥାନୀୟ ଅଂଚଳରୁ ୧ ହଜାର ୫୨୪ ଚିହ୍ନଟ ହୋଇଛନ୍ତି । ଖୋର୍ଧାରୁ ସର୍ବାଧିକ ୭୯୭, କଟକରୁ ୩୨୨, ଗଂଜାମରୁ ୧୦୮ ରୋଗୀ ଚିହ୍ନଟ ହୋଇଛନ୍ତି । ବରଗଡ ଜିଲ୍ଲାରୁ ଗୋଟିଏ ଦିନରେ ରେକର୍ଡ ୩୯୬ ରୋଗୀ ଚିହ୍ନଟ ହୋଇଥିବା ବେଳେ ଯାଜପୁରରୁ ୨୫୨, ଝାରସୁଗୁଡାରୁ ୧୯୨, ମୟୂରଭଂଜରୁ ୧୪୨ ରୋଗୀ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ ପଜିଟିଭ ସଂଖ୍ୟା ୧ ଲକ୍ଷ ୨୪ ହଜାର ୩୧ ହୋଇଛି । ରାଜ୍ୟରେ ଗତ୨୪ ଘଂଟା ମଧ୍ୟରେ ଆଉ ୮ ଜଣଙ୍କ କୋରୋନାରେ ମୃତ୍ୟୁ ହୋଇଛି । ଗଂଜାମ ଜିଲ୍ଲାରୁ ସର୍ବାଧିକ ୪ ଜଣଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ମୋଟ କୋରୋନା ମୃତ୍ୟୁ ସଂଖ୍ୟା ୫୪୬କୁ ବୃଦ୍ଧି ପାଇଛି ।

COVID-19